ଆଜି ହେଉଛି ପବିତ୍ର ଧନତେରାସ । ପ୍ରତିବର୍ଷ ଦୀପାବଳୀ ପୂର୍ବରୁ ଏହି ଦିନକୁ ବେଶ ଉତ୍ସାହର ପାଳନ କରିଥାନ୍ତି ସମସ୍ତେ । ମା' ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ପାଇଁ ଧନତେରସ୍ ପର୍ବକୁ ବହୁତ ହିଁ ଧୁମ ଧାମରେ ପାଳନ କରାଯାଏ । କାର୍ତ୍ତିକ ମାସର କୃଷ୍ଣ ପକ୍ଷ ତ୍ରୟୋଦଶୀକୁ ଧନତେରସ ପର୍ବ ଭାବରେ ପାଳନ କରାଯାଏ । ଏହି ଦିନ ଧନର ଦେବତା କୁବେର, ମାଆ ଲକ୍ଷ୍ମୀ, ଧନଭନ୍ତରୀ ଏବଂ ଯମରାଜଙ୍କୁ ପୂଜା କରାଯାଏ । ତେବେ ଧନତେରାସ ସହିତ ଜଡିତ ଅନେକ କାହାଣୀ ଅଛି । ଯାହା ଆମକୁ ଆମ ଜୀବନରେ ଧନତେରାସ କ’ଣ ମହତ୍ତ୍ୱ ରହିଛି ତାହା ବୁଝାଏ । ଚାଲନ୍ତୁ ଜାଣିବା କଣ ରହିଛି ଏହାର କାହାଣୀ ।
ହିନ୍ଦୁ ଶାସ୍ତ୍ର ଅନୁଯାୟୀ, ଭଗବାନ ଧନ୍ଵନ୍ତରୀ ଏହି ଦିନ ଜନ୍ମ ହୋଇଥିଲେ। ତେଣୁ ଏହାକୁ ଧନତେରାସ ପର୍ବ ଭାବରେ ପାଳନ କରାଯାଏ। ଧନ୍ଵନ୍ତରୀ ଅମୃତ କଳସ ଧରି ସମୁଦ୍ରରୁ ପ୍ରକଟ ହୋଇଥିଲେ, ତେଣୁ ଏହି ଦିନ ବାସନ କିଣିବାର ପରମ୍ପରା ରହିଛି। ବିଶ୍ୱାସ କରାଯାଏ ଯେ ଏହି ଦିନ କିଛି ଜିନିଷ କ୍ରୟ କଲେ ଶୁଭପ୍ରଦ ହୋଇଥାଏ । ସୁନା, ରୂପା ଏବଂ ଘରର ବାସନ ପାଇଁ କ୍ରୟ କରିବା ସବୁଠାରୁ ଶୁଭ ହୋଇଥାଏ । ସେ କଳସରେ ଥିବା ଅମୃତ ଦେଇ ଦେବତାମାନଙ୍କୁ ଅମର କରିଦେଇଥିଲେ । ଧନ୍ଵନ୍ତରୀଙ୍କ ଜନ୍ମ ହେବାର ଦୁଇ ଦିନ ପରେ ସମୁଦ୍ର ମନ୍ଥନରୁ ଦେବୀ ଲକ୍ଷ୍ମୀଙ୍କ ଆବିର୍ଭାବ ହୋଇଥିଲା । ତେଣୁ ଦୀପାବଳିର ଦୁଇ ଦିନ ପୂର୍ବରୁ ଧନତେରାସ ପର୍ବ ପାଳନ କରାଯାଏ। ଧନ୍ଵନ୍ତରୀଙ୍କୁ ଭକ୍ତି ଏବଂ ଉପାସନା ଦ୍ୱାରା ସ୍ୱାସ୍ଥ୍ୟ ଉପକାର ମିଳିଥାଏ।
ଏହାସହ ଧନତେରାସ ସହ ଆଉ ଏକ କାହାଣୀ ମଧ୍ୟ ଜଡିତ | ଭଗବାନ ବିଷ୍ଣୁ ରାଜା ବଳିଙ୍କ ଭୟରୁ ଦେବତାମାନଙ୍କୁ ରକ୍ଷା କରିବା ପାଇଁ ବାମନ ଅବତାର ନେଇ ରାଜା ବଳିଙ୍କ ଯଜ୍ଞ ସ୍ଥଳରେ ପହଂଚିଥିଲେ । ଭଗବାନ ବିଷ୍ଣୁ ଚାଲାଖି କରି ରାଜା ବଳିଙ୍କୁ 3 ପାଦ ଭୂମି ମାଗିଥିଲେ | ହେଲେ ରାଜା ବଳି ତାଙ୍କୁ ଚିହ୍ନି ନ ପାରି ତାଙ୍କ କଥାରେ ରାଜି ହୋଇଗଲେ | ଏହା ପରେ ବାମନ ରୂପି ବିଷ୍ଣୁ ସମଗ୍ର ପୃଥିବୀକୁ ଗୋଟିଏ ପାଦରେ ଏବଂ ଅନ୍ୟ ପାଦରେ ଆକାଶକୁ ନେଇଗଲେ। ତୃତୀୟ ପାଦ ରଖିବା ପାଇଁ କୌଣସି ସ୍ଥାନ ନ ଥିବାରୁ ରାଜା ବଳି ବିଷ୍ଣୁଙ୍କ ପାଦତଳେ ତାଙ୍କ ମୁଣ୍ଡ ରଖିଥିଲେ। ଫଳରେ ବଳି ଦାନରେ ସବୁକିଛି ହରାଇଲେ। ଏହିପରି ଭାବରେ ଦେବତାମାନେ ରାଜା ବଳିଙ୍କ ଭୟରୁ ମୁକ୍ତ ହୋଇଥିଲେ | ସେଥି ପାଇଁ ଏହି ଦିନରେ ଲୋକମାନେ ନିଜ ସମ୍ପତ୍ତିର ବୃଦ୍ଧି ପାଇଁ ଏହି ଦିନଟିକୁ ପାଳନ କରି ଥାନ୍ତି ।
ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଏହି ଦିନକୁ ସାରା ଦେଶ ବେଶ ଧୁମ ଧାମରେ ପାଳନ କରାଯାଉଛି । ଏହି ଶୁଭ ଦିନରେ ସୁନା, ରୂପା ଏବଂ ବାସନ କିଣିବା ବର୍ଷସାରା ସମୃଦ୍ଧତା ଆଣିଥାଏ ବୋଲି ବିଶ୍ୱାସ କରାଯାଏ। ଏହା ବ୍ୟତୀତ ଘରେ ସୁଖ ଏବଂ ସମୃଦ୍ଧି ଖେଳିଯାଏ ବୋଲି ଭାବନା ରହିଛି । ଧନତେରାସରରେ ପିତ୍ତଳ ବସ୍ତୁ ବା ପାତ୍ର କ୍ରୟ କଲେ ଏହା ଅତ୍ୟନ୍ତ ଶୁଭଦାୟକ ହୋଇଥାଏ । ଏହାସହ ବିଶ୍ୱାସ କରାଯାଏ ଯେ ଧନତେରାସ ଦିନ ଘରକୁ ଝାଡୁ ଆଣିଲେ ଏହା ଶୁଭଦାୟକ ହୋଇଥାଏ । ଧନତେରାସରେ ଲକ୍ଷ୍ମୀ-ଗଣେଶଙ୍କର ଚିତ୍ରରେ ନିର୍ମିତ ଏକ ସୁନା କିମ୍ବା ରୂପା ମୁଦ୍ରା କ୍ରୟ କଲେ ଘରକୁ ମାଆ ଲକ୍ଷ୍ମୀଙ୍କ ଆଗମନ ହୋଇଥାଏ । ଘରେ ଏବଂ ବ୍ୟବସାୟର ଆର୍ଥିକ ସ୍ଥିତି ଭଲ ରହିଥାଏ ।
ଏହାସହ ଆଜିର ଦିନରେ ଧନ ହାସଲ କରିବା ପାଇଁ, ପ୍ରଭୁ କୁବେରଙ୍କ ପାଇଁ ଗୃହର ପୂଜା ସ୍ଥାନରେ ଏକ ଦୀପ ଦାନ କରନ୍ତୁ ଏବଂ ମୃତ୍ୟୁର ପ୍ରଭୁ ଯମରାଜଙ୍କ ପାଇଁ ମୁଖ୍ୟ ଦ୍ୱାରରେ ଏକ ଦୀପ ଜାଳିବା ଦ୍ୱାରା ଭଗବାନ ପ୍ରସନ୍ନ ହୋଇଥାନ୍ତି ।