କାର୍ତ୍ତିକ ମାସର ଶେଷ ଦିନରେ ଦେଖିବାକୁ ମିଳିଛି ଅଲୌକିକ ଦୃଶ୍ୟ । ମୁରୁଜ ରେ ପଡିଥିଲା ଜଗନ୍ନାଥଙ୍କ ର ଚିତ୍ର । କିଛି ଘଣ୍ଟା ପରେ ସ୍ଥାନ ବଦଳିଗଲା ପଡିଥିବା ପ୍ରଭୁ ଜଗନ୍ନାଥ ଙ୍କ ଚିତ୍ରର । ଗୋଟିଏ ସ୍ଥାନରୁ ଆଉ ଗୋଟେ ସ୍ଥାନ କୁ ଘୁଞ୍ଚିଲା ପ୍ରଭୁ ଜଗନ୍ନାଥଙ୍କ ମୁରୁଜ ପଡିଥିବା ଚିତ୍ର । ସେ ଜଗତର ନାଥ ଜଗନ୍ନାଥ । ତାଙ୍କର ଲୀଳା ଅପାର । ଯିଏ ଯେପରି ଭକ୍ତିର ସହ ଡାକନ୍ତି ସେ ସେମିତି ଶୁଣିଥାନ୍ତି । ଭକ୍ତଙ୍କ ଭକ୍ତିରେ ସେ ବିମୋହିତ ହୋଇଯାନ୍ତି । ଦାସିଆ ବାଉରୀ ହାତରୁ ନଡ଼ିଆ ନେଇ ଓ ବିଦୁରର ଶାଗଭଜା ଖାଇ ସେ ସାରା ଜଗତକୁ ଭକ୍ତିର ଶକ୍ତି କୁ ଜଣାଇଛନ୍ତି ।
ତେବେ କାର୍ତ୍ତିକ ମାସର ପଞ୍ଚୁକର ସମସ୍ତେ ମୁରୁଜ ପକାଇଥାନ୍ତି । ନାନାପ୍ରକାରର ରଙ୍ଗରେ ଭିନ୍ନ ଭିନ୍ନ ମୁରୁଜ ପକାଯାଏ। ମୁରୁଜ ରେ ପଡିଥିଲା ଜଗନ୍ନାଥଙ୍କର ଚିତ୍ର । କିଛି ଘଣ୍ଟା ପରେ ସ୍ଥାନ ବଦଳିଗଲା ପଡିଥିବା ପ୍ରଭୁ ଜଗନ୍ନାଥ ଙ୍କ ଚିତ୍ରର । ଗୋଟିଏ ସ୍ଥାନରୁ ଆଉ ଗୋଟେ ସ୍ଥାନ କୁ ଘୁଞ୍ଚିଲା ପ୍ରଭୁ ଜଗନ୍ନାଥଙ୍କ ମୁରୁଜ ପଡିଥିବା ଚିତ୍ର । ଏଭଳି କିଛି ଅଲୌକିକ ଦୃଶ୍ୟ ଦେଖିବାକୁ ମିଳିଛି କଟକ ରାଣୀହାଟ ତେଲି ସାହି ଅଞ୍ଚଳରେ । ପବିତ୍ର କାର୍ତ୍ତିକ ମାସରେ ଘରେ ଘରେ ମୁରୁଜ ପଡିଥାଏ । ହେଲେ ପ୍ରଭୁ ଜଗନ୍ନାଥ ଙ୍କ ମୁରୁଜ ଚିତ୍ରର ଗୋଟିଏ ସ୍ଥାନରୁ ଆଉ ଗୋଟେ ସ୍ଥାନକୁ ପରିବର୍ତ୍ତନ ଦେଖି ସ୍ଥାନୀୟ ଅଞ୍ଚଳରେ ଏବେ ଚର୍ଚ୍ଚା ଜୋର ଧରିଛି । ପ୍ରଥମେ ମଝିରେ ଗୋଲ ଭିତରେ ପ୍ରଭୁ ଜଗନ୍ନାଥଙ୍କ ମୁରୁଜ ରେ ଚିତ୍ର ଥିବା ବେଳେ ପରେ ପରେ ଏହା କିପରି ଗୋଟେ କଡ଼କୁ ଆସିଯାଇଛି ତାହା ସମସ୍ତ ଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି ।
ଅଧିକ ପଢନ୍ତୁ :ଆଜି ହେବ ରତ୍ନଭଣ୍ଡାରର ଲେଜର ସ୍କାନିଂ