କୋଭିଡ ସ୍ଥିତିରେ ଦଶମ ଓ ଯୁକ୍ତ ଦୁଇ ବୋର୍ଡ ପରୀକ୍ଷାର ଟାଇମ୍ ଫ୍ରେମ ପାଇଁ ମୁଖ୍ୟମନ୍ତ୍ରୀଙ୍କର କେନ୍ଦ୍ରସରକାରଙ୍କୁ ଚିଠି
Khabar Odisha:Letter-from-the-Chief-Minister-to-the-Central-Government-for-the-time-frame-of-the-tenth-and-plus-two-board-exams-in-the-Covid-situation
ଭୁବନେଶ୍ବର, ନଭେମ୍ବର ୨୫(ଖବର ଓଡ଼ିଶା):

କୋଭିଡ ସ୍ଥିତିରେ ଦଶମ ଓ ଯୁକ୍ତ ଦୁଇ ବୋର୍ଡ ପରୀକ୍ଷାର ଟାଇମ୍ ଫ୍ରେମ ପ୍ରସ୍ତୁତି ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ଜଣାଇଛନ୍ତି 

ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ମାଧ୍ୟମରେ ଜଣାଇଛନ୍ତି ଯେ, ବୋର୍ଡ ପରୀକ୍ଷାକୁ ଦୃଷ୍ଟିରେ ରଖି ଜାତୀୟସ୍ତରରେ ଗାଇଡଲାଇନ ପ୍ରସ୍ତୁତ କରାଯାଉ । କୋଭିଡ୍ ସ୍ଥିତିରେ ଦଶମ ଓ ଯୁକ୍ତ ଦୁଇ ପରୀକ୍ଷା କିପରି ହେବ , ସେଥିପାଇଁ ଏକ ଟାଇମ ଫ୍ରେମ୍ ପ୍ରସ୍ତୁତ ହେଉ ।

ଟାଇମ୍ ଫ୍ରେମ ପ୍ରସ୍ତୁତ ହେବା ଦ୍ୱାରା ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ପରୀକ୍ଷାକୁ ନେଇ ଅନେକ ଦ୍ୱନ୍ଦ୍ୱ ଓ ସମସ୍ୟା ଦୂର ହୋଇପାରିବ ।

ଉଲ୍ଲେଖଯୋଗ୍ୟ, କରୋନା ସଂକ୍ରମଣକୁ ଦୃଷ୍ଟିରେ ଅନେକ ସମୟ ଧରି ସ୍କୁଲ , କଲେଜ ବନ୍ଦ ରହିଛି । ଛାତ୍ରଛାତ୍ରୀମାନେ ଅନଲାଇନରେ ପାଠ ପଢୁଛନ୍ତି । ପରୀକ୍ଷା ମଧ୍ୟ ଅନଲାଇନ ଯୋଗେ ହେଉଛି । ତେବେ ସ୍କୁଲ ଖୋଲିଲେ ବୋର୍ଡ ପରୀକ୍ଷା ହେବ ବୋଲି ବିଭାଗୀୟ ମନ୍ତ୍ରୀ ନିଶ୍ଚିତ କରିଛନ୍ତି । ତେବେ କେନ୍ଦ୍ରସରକାର ସେ ନେଇ କଣ ନିଷ୍ପତ୍ତି ନେଇଛନ୍ତି ତାହା ଜଣାପଡିନଥିବାରୁ ରାଜ୍ୟସରକାରଙ୍କର ଶିକ୍ଷାବର୍ଷ ଓ ପରୀକ୍ଷା ପାଇଁ ଚିନ୍ତା ବଢିଛି 

  • Tags:

Subscribe

National International State Sports Entertainment