ଭୁବନେଶ୍ବର: କଂଗ୍ରେସ ଉପରେ ବର୍ଷିଛନ୍ତି ରାଜ୍ୟ ପୂର୍ତ୍ତ, ଆଇନ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। କଂଗ୍ରେସକୁ କଡ଼ା ଭାଷାରେ ସମାଲୋଚନା କରି କହିଛନ୍ତି ଯେ ପ୍ରଥମ ଥର ପାଇଁ ଡିଜି ଓ ଆଇଜି ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ଯୋଗଦେବା ଗୌରବର ବିଷୟ ହୋଇଥିଲା ବେଳେ କଂଗ୍ରେସର ବିରୋଧ ଜନବିରୋଧୀ ବୋଲି ଦର୍ଶାଉଛି।
ସେ କହିଛନ୍ତି,ବର୍ତ୍ତମାନ ତିନୋଟି ଖରାପ ତତ୍ତ୍ବ କଂଗ୍ରେସ ଠାରେ ଦେଖିବାକୁ ମିଳୁଛି। ତାହା ହେଲା ଦେଶ ବିରୋଧୀ, ବିକାଶ ବିରୋଧୀ ଓ ଲୋକ ବିରୋଧୀ ତତ୍ତ୍ବ। ଏସବୁ ବିଲକ୍ଷଣ ପାଇଁ ସାରା ଦେଶରେ କଂଗ୍ରେସ ନିଜର ସତ୍ତା ହରାଇଛି। ସେ ଆହୁରି କହିଛନ୍ତି, କଂଗ୍ରେସ ପକ୍ଷାଘାତର ଶିକାର ହୋଇଛି। ଆଉ ଏବେ ଏକା ଚାଲିବାକୁ ଅସମର୍ଥ ହୋଇଛି। ସାଥୀ ଦଳ ସାହାଯ୍ୟରେ ତିଷ୍ଠିବାକୁ ବୃଥା ପ୍ରୟାସ କରୁଛି। ନିଜର କାର୍ଯ୍ୟ ପାଇଁ କଂଗ୍ରେସ ଏବେ ବୁଡି ବାକୁ ବସିଲାଣି।