ଝାରସୁଗୁଡା : ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବଦାସଙ୍କ ରୋଷେୟା ଲଳିତ ସାହୁ ଘଟଣାରେ ନୂଆମୋଡ଼ । ରୋଷେୟା ଲଳିତଙ୍କ ମୃତ୍ୟର ନିରପେକ୍ଷ ତଦନ୍ତ ସହ ନ୍ୟାୟ ପାଇଁ ଗୁହାରି କରିଥିଲେ ଲଳିତଙ୍କ ବାପା ବେଲାଲସେନ ସାହୁ । ଏହି ଘଟଣାର ଏକ ସ୍ଵତନ୍ତ୍ର ଦଳ ଗଠନ କରାଯାଇ ତଦନ୍ତ କରାଯିବ ବୋଲି ଏସ.ପି କହିଛନ୍ତି । ୩ ବର୍ଷ ପରେ ପୁଣି ଥରେ ଘଟଣାର ତଦନ୍ତ ହେବ ।
ସୂଚନା ଥାଉ କି ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ଡେଙ୍ଗବୋରେଇ ଗାଁର ଲଳିତ ସାହୁ। ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ଝାରସୁଗୁଡ଼ା ସ୍ଥିତ ବାସଭବନରେ ରହୁଥିବା ବ୍ୟକ୍ତିଗତ କର୍ମଚାରୀଙ୍କ ପାଇଁ ରୋଷଇ କରୁଥିଲେ କିନ୍ତୁ ଗତ ୧୭ ଏପ୍ରିଲ ୨୦୨୨ ସଂଧ୍ୟାରେ ତାଙ୍କ ଝୁଲନ୍ତା ମୃତଦେହ ମନ୍ତ୍ରୀଙ୍କ ଷ୍ଟାଫ୍ କ୍ୱାର୍ଟରରୁ ମିଳିଥିଲା।
ଅନ୍ୟପଟେ ଭାଇରାଲ୍ ହୋଇଥିଲା ଲଳିତଙ୍କ ବାପାଙ୍କ ଭିଡିଓ। ଯେଉଁଥିରେ ସେ କହୁଛନ୍ତି, ମୃତ୍ୟୁ ପୂର୍ବରୁ ୭/୮ ଦିନ ଧରି ପୁଅ ମାନସିକ ଚାପରେ ରହୁଥିଲେ। ପୁଅର ମାନସିକ ଅବସ୍ଥା ଦେଖି ଗାଁକୁ ଫେରି ଆସିବାକୁ କହିଥିଲେ ଲଳିତଙ୍କ ବାପା। କିନ୍ତୁ, ଲଳିତ ରାଜି ହୋଇନଥିଲେ। ଦୁର୍ଭାଗ୍ୟକୁ ଝୁଲନ୍ତା ଅବସ୍ଥାରେ ଲଳିତଙ୍କ ମୃତଦେହ ମନ୍ତ୍ରୀଙ୍କ ଝାରସୁଗୁଡ଼ା ବାସଭବନ ପଛ ପଟେ ଥିବା ଷ୍ଟାଫ୍ କ୍ୱାର୍ଟରରୁ ଝୁଲନ୍ତା ଅବସ୍ଥାରେ ମିଳିଥିଲା। ମୃତଦେହଟି ଘର ଭିତରେ ଥିବା ପଙ୍ଖାରୁ ଝୁଲି ରହିଥିବା ଦେଖାଯାଇଥିଲା। ଲଳିତଙ୍କ ଗୋଡ଼ ତଳେ ଲାଗିଥିବା କାରଣରୁ ଏହା ଆତ୍ମହତ୍ୟା କି ନୁହେଁ ବୋଲି ସନ୍ଦେହ ପ୍ରକାଶ ପାଇଥିଲା। କେବଳ ସେତିକି ନୁହେଁ ବରଂ ଏହା ପରର ଘଟଣାକ୍ରମ ଲଲିତଙ୍କ ମୃତ୍ୟୁକୁ ନେଇ ପ୍ରଶ୍ନ ପରେ ପ୍ରଶ୍ନ ଛିଡ଼ା କରି ଚାଲିଥିଲା। ଝାରସୁଗୁଡ଼ା ଟାଉନ ପୁଲିସ୍ ତରବରିଆ ଭାବରେ ମୃତଦେହ ଉଦ୍ଧାର କରି ରାତାରାତି ବ୍ୟବଚ୍ଛେଦ କରାଇ ଲଳିତଙ୍କ ନିଜ ଗାଁକୁ ପଠାଇ ଦେଇଥିଲେ।
ଅଧିକ ପଢନ୍ତୁ :- ଆଜି ରାସନ କାର୍ଡ E- KYCର ଶେଷ ଦିନ : ଆଜି ପରେ ରାସନ କାର୍ଡରୁ ଉପଭୋକ୍ତାଙ୍କ ନାଁ କଟିଯିବ