ଭୁବନେଶ୍ୱର : ଆଜି ରାସନ କାର୍ଡ E- KYC ପାଇଁ ପୁରୁଛି କଣ୍ଟ। ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଥିବା ଡେଡଲାଇନର ଆଜି ଶେଷ ଦିନ । ଆଜି ଯେଉଁମାନେ E- KYC ନକରିବେ ତାଙ୍କୁ ସରେଣ୍ଡର କରାଗଲା ବୋଲି ସରକାର ପକ୍ଷରୁ ଧରି ନିଆଯିବ। ଆବେଦନ କରି ନଥିଲେ ଆଉ ସୁଯୋଗ ମିଳିବନି । ସେହି ସ୍ଥାନରେ ନୂଆ ଲୋକଙ୍କୁ ଯୋଗ କରାଯିବ ।
ସୂଚନା ଯୋଗ୍ୟ ଏପର୍ଯ୍ୟନ୍ତ ୩୭ ଲକ୍ଷ ଲୋକ E- KYC କରିନାହାନ୍ତି । ଗତ ଜୁନ ମାସରୁ ହୋଇଥିଲା ଏହି ପ୍ରକ୍ରିୟା । ଆଜି ପରେ E-KYC କରିନଥିଲେ ରାସନ କାର୍ଡରୁ ଉପଭୋକ୍ତାଙ୍କ ନାଁ କଟିଯିବ । ସରକାରଙ୍କଠାରୁ ମିଳୁଥିବା ମାଗଣା ଚାଉଳ ଏବଂ ଗହମ ଆଉ ପାଇବାକୁ ସକ୍ଷମ ହେବେ ନାହିଁ । ସରକାରଙ୍କ ପରାମର୍ଶକୁ ଅଣଦେଖା କଲେ ଆଗାମୀ ଦିନରେ ଚିହ୍ନଟ ହୋଇଥିବା ହିତାଧିକାରୀଙ୍କ ରାସନ କାର୍ଡ କାଟିଦିଆଯିବ । ଏନେଇ ସରକାରୀ ଅଫିସରଙ୍କୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ସରେଣ୍ଡର ପିରିୟଡ ଶେଷ ହେବା ପରେ ଯଦି ସରେଣ୍ଡର ନକରନ୍ତି ତେବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି । ବହୁତ ସରକାରୀ ଅଧିକାରୀ ସରେଣ୍ଡର କରିସାରିଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି । ତେବେ ଯେଉଁମାନେ ନକରିବେ, ତାକୁ ସରେଣ୍ଡର କରାଗଲା ବୋଲି ଧରି ନିଆଯିବ ।