ଜୟପୁର: ଟ୍ରକ୍କୁ ପଛରୁ ପିଟିଲା ବାଇକ୍ । ଫଳରେ ୨ବାଇକ୍ ଆରୋହୀଙ୍କ ମୃତ୍ୟୁ ହୋଇଛି । ଏପରି ଏକ ଦୁର୍ଘଟଣା ଜୟପୁରର ବି.ସିଂହପୁର ଥାନା ମୁଣ୍ଡାଗୁଡ଼ା ଗାଁ ନିକଟରେ ଘଟିଛି ।
ସୂଚନା ଅନୁସାରେ, ମୁଣ୍ଡାଗୁଡ଼ା ଗାଁ ନିକଟରେ ରାସ୍ତାମଝିରେ ଟ୍ରକ ଥୁଆ ହୋଇଥିଲା । ଏହି ସମୟରେ ପଛପଟୁ ଆସୁଥିବା ବାଇକ ଟ୍ରକରେ ପିଟି ହୋଇଥିଲା । ଫଳରେ ୨ ଜଣ ବାଇକ୍ ଆରୋହୀଙ୍କ ମୃତ୍ୟୁ ହୋଇଛି । ଆଉ ଜଣେ ଗୁରୁତର ହୋଇଛନ୍ତି। ଗୁରୁତରଙ୍କୁ ଉଦ୍ଧାର କରାଯାଇ ବୋରିଗୁମ୍ମା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି ।
ଖବର ପାଇ, ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଜାରି କରିଛି । ମୃତ ଦୁଇ ଯୁବକ ବୋରିଗୁମ୍ମା ବୋଦାଗୁଡା ଅଞ୍ଚଳର ବୋଲି ଜଣାପଡିଛି । ଏହି ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଛି ।
ଅଧିକ ପଢ଼ନ୍ତୁ: ନିଜ ଦେହରେ ଡିଜେଲ ଢାଳି ନିଆଁ ଲଗାଇଦେଲେ ନାବାଳକ