କନ୍ଧମାଳ: ଶାରଦୀୟ ଦୁର୍ଗାପୂଜା ପାଇଁ କନ୍ଧମାଳ ଜିଲ୍ଲା ଉତ୍ସବ ମୁଖର ହୋଇଛି। ଜିଲ୍ଲାର ପୁର ପଲ୍ଲୀ ସବୁଠି ଉତ୍ସବର ମାହୋଲ୍। ମଣ୍ଡପ ଓ ପୀଠରେ ମାଆଙ୍କୁ ଆରାଧନା କରାଯାଉଛି। ଚଣ୍ଡୀପାଠ,ହୋମ ଯଜ୍ଞ, ଘଣ୍ଟ ଘଣ୍ଟା,ପାରମ୍ପରିକ ବାଦ୍ୟ,କାହାଳୀର ଶବ୍ଦରେ ପ୍ରକମ୍ପିତ ହେଉଛି ଜିଲ୍ଲା। ଫୁଲବାଣୀ ବସଷ୍ଟାଣ୍ଡ,ପାୱାର ହାଉସ୍,ମଟର ଚାଳକ ସଂଘ, ମାଦିକୁନ୍ଦା ଛକ, ଆର୍ ଟି ଓ ଅଫିସ୍ ଛକ ପ୍ରଭୃତି ବିଭିନ୍ନ ସ୍ଥାନର ମଣ୍ଡପରେ ମାଙ୍କ ଆରାଧନା ଜାରି ରହିଛି। ବସଷ୍ଟାଣ୍ଡ ମଣ୍ଡପରେ ସୁଉଚ୍ଚ ବିଶାଳ ତୋରଣ ଆକର୍ଷଣୀୟ ହୋଇଛି। ପାୱାର ହାଉସ୍ ଠାରେ ବିଦ୍ୟୁତ୍ ଆଘାତରୁ ରକ୍ଷାକରିବା ପାଇଁ କଳକୁଞ୍ଜ କରାଯାଇ ଲୋକଙ୍କୁ ସଚେତନ କରାଯାଉଛି। ପୂଜା ଦେଖିବା ପାଇଁ ଶହ ଶହ ଭକ୍ତଙ୍କ ଭିଡ଼ ଜମୁଛି। ଶାନ୍ତି ଶୃଙ୍ଖଳା ଦୃଷ୍ଟିରୁ ସାରା ଜିଲ୍ଲାରେ ୨୦ ପ୍ଳାଟୁନ ରୁ ଅଧିକ ଫୋର୍ସ ମୃତାୟନ୍ ହୋଇଛନ୍ତି।ଆଜି ପୀଠରେ ଦଶହରା ପାଳନ କରାଯାଉଥିବା ବେଳେ ମଣ୍ଡପରେ ମହାନବମୀ ପାଳନ ହେଉଛି।