ବୌଦ୍ଧ : ଓଡ଼ିଶା ସରକାର ମହିଳାଙ୍କ ସଶକ୍ତିକରଣ ନିମନ୍ତେ ଆଣିଥିବା ‘‘ସୁଭଦ୍ରା ଯୋଜନା’’ ର ସଚେତନତା ପାଇଁ ବୌଦ୍ଧ ବ୍ଲକ ତରଫରୁ ହେଉଥିବା ପଦଯାତ୍ରାକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ କନ୍ଧମାଳ ଲୋକସଭା ସାଂସଦ ଶ୍ରୀଯୁକ୍ତ ସୁକାନ୍ତ ପାଣିଗ୍ରାହୀ। ଏହି ପଦଯାତ୍ରାରେ ସାମିଲ ହୋଇ ବ୍ଲକ ପର୍ଯ୍ୟନ୍ତ ପଦଯାତ୍ରା ଯାଇ ବ୍ଲକ ମଧ୍ୟରେ ହେଉଥିବା ସୁଭଦ୍ରା ଯୋଜନା ବୈଠକରେ ନିଜ ବକ୍ତବ୍ୟ ରଖିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବୌଦ୍ଧ ପଞ୍ଚାୟତ ସମିତି ଅଧ୍ୟକ୍ଷ ଶ୍ରୀଯୁକ୍ତ ପ୍ରିୟଦର୍ଶୀ ପ୍ରତ୍ୟୁଷ ରଥ, ବୌଦ୍ଧ ବିଡ଼ିଓ ଯୁଧିଷ୍ଠିର ମେହେରଙ୍କ ସମେତ ଶତାଧିକ ମହିଳାମାନେ ଉପସ୍ଥିତ ଥିଲେ। ମହିଳାଙ୍କୁ ସ୍ୱାବଲମବୀ କରିବା ପାଇଁ ଏହି ଯୋଜନା ସହାୟକ ହେବ। ଏହି ଯୋଜନାରେ ମହିଳାଙ୍କୁ ୫୦,୦୦୦ ଟଙ୍କା ଦିଆଯିବ। ପ୍ରତ୍ୟେକ ବର୍ଷ ଦୁଇଟି କିସ୍ତି ରେ ୧୦ ହଜାର ଟଙ୍କା ସିଧସଳଖ ପାଇବେ ବୋଲି ସାଂସଦ କହିଥିଲେ।