ରାୟଗଡ଼ା: ରାୟଗଡ଼ା ଜିଲ୍ଲାରେ ଦୁର୍ଘଟଣା ଘଟିଛି । ମୁକୁନ୍ଦପୁର ଘାଟିରୁ ୨୦ ଫୁଟ୍ ତଳକୁ ଖସିଲା ଟ୍ରକ୍। ଏହି ଦୁର୍ଘଟଣାରେ ଡ୍ରାଇଭର୍ ଓ ହେଲପର୍ ଗୁରୁତର ହୋଇଛନ୍ତି ।
ସୂଚନା ଅନୁସାରେ, ରାୟଗଡ଼ା କୋଲନରା ବ୍ଲକ ମୁକୁନ୍ଦପୁର ଘାଟିରେ ଟ୍ରକଟି ବ୍ରହ୍ମପୁରରୁ ରାୟଗଡା ଅଭିମୁଖେ ଯାଉଥିଲା । ଏହି ସମୟରେ ଭାରସାମ୍ୟ ହରାଇ ଓଲଟି ପଡିଥିଲା । ଫଳରେ ଡ୍ରାଇଭର୍ ଓ ହେଲପର୍ ଗୁରୁତର ହୋଇଛନ୍ତି । ଏନେଇ ଅଗ୍ନିଶମବାହିନୀ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ସେମାନଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରିଥିଲେ । ସ୍ଥାନୀୟ ଲୋକେ ଦୁର୍ଘଟଣାର ଖବର ପୋଲିସକୁ ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଟ୍ରକକୁ ଜବତ କରିବା ସହିତ ଘଟଣାର ତଦନ୍ତ ଜାରି ରଖିଛି । ଦୁର୍ଘଟଣା କେଉଁ କାରଣରୁ ଘଟିଲା ତାହା ଅସ୍ପଷ୍ଟ ରହିଛି ।