ଯାଜପୁର: ଯାଜପୁର ଜିଲ୍ଲାରେ ହଇଜା ସ୍ଥିତିର ଅନୁଧ୍ୟାନ କରିବା ପାଇଁ ଧର୍ମଶାଳାରେ ସ୍ବାସ୍ଥ୍ୟ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ପହଞ୍ଚିଥିଲେ । ଏହା ପରେ ସେ ରୋଗୀ ଓ ଡାକ୍ତରଙ୍କ ସହ ହଇଜା ସଂକ୍ରମଣ ବ୍ୟାପିବା ଉପରେ ଆଲୋଚନା କରିଥିଲେ । ଡାଇରିଆକୁ ପ୍ରତିହିତ କରିବା ପାଇଁ କଟକ ଏସସିବିରେ ସ୍ବତନ୍ତ୍ର ଡାକ୍ତରୀ ଟିମ୍ ପ୍ରସ୍ତୁତ ଅଛନ୍ତି। ଝାଡ଼ାବାନ୍ତି ହେଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ । ଏହି ସ୍ଥିତିରେ ତୁରନ୍ତ ସୁଧାର ଆସିବ ବୋଲି ମନ୍ତ୍ରୀ କହିଥିଲେ ।
ଏହି ସ୍ଥିତିର ସମୀକ୍ଷା ପାଇଁ କେନ୍ଦ୍ରୀୟ ଟିମ୍ ବି ଓଡ଼ିଶାଗସ୍ତରେ ଯାଜପୁରରେ ପହଞ୍ଚିଥିଲେ । ୧୪ ଜଣିଆ କେନ୍ଦ୍ରୀୟ ଟିମ୍ ସ୍ଥିତି ଅନୁଧ୍ୟାନ କରୁଛନ୍ତି । ଯାଜପୁର ଜିଲ୍ଲାପାଳଙ୍କ ପ୍ରକୋଷ୍ଠରେ ସ୍ବାସ୍ଥ୍ୟ ମନ୍ତ୍ରୀଙ୍କ ସହ ଆଲୋଚନା କରାଯାଇଛି । ଜିଲ୍ଲାପାଳ ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ସାମିଲ ଥିଲେ ।
ଯାଜପୁର ଜିଲ୍ଲାରେ ଡାଇରିଆରେ ୭ ଜଣକର ମୃତ୍ୟୁ ହୋଇଛି । ଯାହା ସମସ୍ତଙ୍କୁ ଚିନ୍ତାରେ ପକାଇଦେଇଛି । କିପରି ହଇଜା ସ୍ଥିତିରେ ସୁଧାର ଆସିବ ସେନେଇ ସ୍ୱାସ୍ଥ୍ୟ ବିଭାଗ ସତର୍କ ରହିଛି ।