ସମ୍ବଲପୁର: ସମ୍ବଲପୁର ଧନୁପାଲି ଥାନା ଅନ୍ତର୍ଗତ କୁମ୍ଭାରପଡାରେ ଚାଞ୍ଚଲ୍ୟକର ଘଟଣା ଘଟିଛି । ବିଳମ୍ବିତ ରାତିରେ ସ୍ଥାନୀୟ ଧନୁପାଲି ଥାନା ଅନ୍ତର୍ଗତ ଅଞ୍ଚଳରେ ଜଣେ ଯୁବକଙ୍କୁ ମାରଣାସ୍ତ୍ରରେ ହତ୍ୟା କରାଯାଇଛି । ତେବେ ମୃତ ଯୁବକ ଜଣକ କଲିମ ବେଗ ।
ସୂଚନା ଅନୁସାରେ, କଲିମ ଆଗରୁ ଏକ ହତ୍ୟା ଘଟଣାରେ ଜେଲରେ ଥିବାବେଳେ ଏକ ବର୍ଷ ହେବ ସେ ଜେଲରୁ ବାହାରିଥିଲେ। ତେବେ ଶନିବାର ବିଳମ୍ବିତ ରାତି ସମୟରେ କୁମ୍ଭାରପଡା ଠାରେ ତାଙ୍କ ସାଙ୍ଗମାନଙ୍କ ସହ ବସିଥିଲେ । ଏହି ସମୟରେ ନାନୁ ନାମକ ମାୟାବଗିଚାର ଜଣେ ଯୁବକ କଲିମଙ୍କ ପାଖକୁ ଆସି ତାଙ୍କୁ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ । ସେପଟେ ନାନୁ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା । କଲିମକୁ ତୁରନ୍ତ ମେଡିକାଲ ଆଣିଥିଲେ ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ସେପଟେ ଘଟଣାର ଖବର ପାଇ ପୋଲିସ ମେଡିକାଲରେ ପହଞ୍ଚି ଶବକୁ ଜବତ କରିଥିଲା । ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।