ଭୁବନେଶ୍ୱର: ପାଖେଇ ଆସୁଛି କୋଟି ଓଡ଼ିଆଙ୍କ ମଉଡ଼ମଣିଙ୍କ ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା । ଯାହାକୁ ପ୍ରସ୍ତୁତି ଆରମ୍ଭ ହୋଇସାରିଛି । ରଥଯାତ୍ରାକୁ ଶୃଙ୍ଖଳିତ କରିବାକୁ ସରକାର ବିଭିନ୍ନ ପଦକ୍ଷେପ ନେଇଛନ୍ତି । ରଥଯାତ୍ରାକୁ ଶୃଙ୍ଖଳିତ କରିବାକୁ ସରକାରଙ୍କ ଆକ୍ସନ ପ୍ଲାନ୍ ରହିଛି । ଏନେଇ ସଂସ୍କାର ଓ କଠୋର ଆଭିମୁଖ୍ୟ ରହିଛି । ସେନେଇ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି ।
ମନ୍ତ୍ରୀ କହିଛନ୍ତି ଯେ," ଅଣସେବାୟତ ରଥ ଉପରକୁ ଚଢ଼ିଲେ ଗିରଫ ହେବେ । ରଥରେ ସେବାୟତ ମୋବାଇଲ୍ ବ୍ୟବହାର କରିପାରିବେନି । ପହଣ୍ଡିରେ କେଉଁ ସେବାୟତ ରହିବେ ତାଲିକା ପ୍ରସ୍ତୁତ ହେବ । ଘଣ୍ଟୁଆ ସେବାୟତଙ୍କ ତାଲିକା ମଧ୍ୟ ପ୍ରସ୍ତୁତ ହେବ । ନିଯୋଗଗୁଡ଼ିକ ତାଲିକା ପାଇଁ ସେବାୟତଙ୍କ ନାଁ ଦେବେ । ଏସବୁ ସମ୍ପର୍କରେ ଛତିଶା ନିଯୋଗ ବୈଠକରେ ଆଲୋଚନା ହେବା ସହ ନିଷ୍ପତ୍ତି ହୋଇଛି ।
ରଥଯାତ୍ରା, ବାହୁଡାଯାତ୍ରା ନୀତି ନିର୍ଘଣ୍ଟକୁ ବୈଠକରେ ନିଷ୍ପତ୍ତି ନିଆଯାଇଛି । ରଥଯାତ୍ରାରେ ଶୃଙ୍ଖଳିତ ନୀତିକାନ୍ତି, ଶୃଙ୍ଖଳିତ ପହଣ୍ଡି ବ୍ୟବସ୍ଥାବଳୀ କିଭଳି ସୁରୁଖୁରୁରେ ଆୟୋଜନ ହୋଇପାରିବ ସେନେଇ ମୁଖ୍ୟତଃ ଆଲୋଚନା କରାଯାଇଛି । ଗତବର୍ଷ ବଡ ଠାକୁର ବଳଭଦ୍ରଙ୍କ ଆଡ଼ପ ପହଣ୍ଡି ବିଜେ ସମୟରେ ଘଟିଥିବା ଅଘଟଣର ଯେଭଳି ପୁନରାବୃତ୍ତି ନହୁଏ ସେନେଇ ଆଲୋଚନା ହୋଇଛି ।