ଢେଙ୍କାନାଳ ଜିଲ୍ଲା ଭୁବନ ଏନଏସି ଅନ୍ତର୍ଗତ ୯ ନଂ ୱାର୍ଡ ରେ ବଢ଼ି ଚାଲିଛି ଡ଼ାଇରିଆ। ଭୟଙ୍କର ହେବାରେ ଲାଗିଛି ଡ଼ାଇରିଆ। ଡ଼ାଇରିଆରେ ଜଣେ ବ୍ୟକ୍ତି ମୃତ୍ୟୁ ବରଣ କରିଥିବା ବେଳେ ୩୦ରୁ ଉର୍ଦ୍ଧ୍ୱ ଆକ୍ରାନ୍ତ ହୋଇଥିବା ସୂଚନା ରହିଛି। ମୃତ ବ୍ୟକ୍ତି ଜଣଙ୍କ ଭୁବନର କୃପାସିନ୍ଧୁ ମଳିକ।
ତେବେ ସମସ୍ତ ଡ଼ାଇରିଆ ରୋଗୀଙ୍କୁ ଭୁବନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଅନେକ ରୋଗୀ ଘରେ ରହି ଚିକିତ୍ସିତ ହେଉଥିବାର ଦେଖିବାକୁ ମିଳିଛି। ସ୍ଥାନୀୟ ଆଶାକର୍ମୀ ଓ ଅଙ୍ଗନୱାଡି କର୍ମୀ ମାନେ ପ୍ରାଥମିକ ଚିକିତ୍ସାରେ ସହଯୋଗ କରିଛନ୍ତି।
ତେବେ କେଉଁ କାରଣ ଯୋଗୁଁ ୯ ନଂ ୱାର୍ଡରେ ଝାଡାବାନ୍ତି ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି ତାହା ଅସ୍ପଷ୍ଟ ରହିଛି। ତୁରନ୍ତ ସ୍ୱାସ୍ଥ୍ୟ ବିଭାଗ ଟିମ୍ ପହଞ୍ଚି ରୋଗୀଙ୍କ ଚିକିତ୍ସାରେ ସହଯୋଗ କରିବା ସହିତ ତଦନ୍ତ ପାଇଁ ସ୍ଥାନୀୟ ଲୋକମାନେ ଦାବି କରିଛନ୍ତି।