ପୁରୀ: ଆଜି ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କର ଝୁଲଣ ଯାତ୍ରା ଅନୁଷ୍ଠିତ ହେବ ଏବଂ ବାଡ଼ି ନୃସିଂହ ବିଜେ ନୀତି ମଧ୍ୟ ସମ୍ପର୍ଣ କରାଯିବ । ଶ୍ରୀ ନୃସିଂହ ମହାପ୍ରଭୁ ବଡଦେଉଳରୁ ବାହାରି ଶ୍ରୀକ୍ଷେତ୍ର ପରିକ୍ରମା ସହ ଚାରି ଆଶ୍ରମ ବିଜେ ନୀତି ଅନୁଷ୍ଠିତ ହେବ । ଶ୍ରୀମନ୍ଦିର ମୁକ୍ତିମଣ୍ଡପ ଝୁଲଣରେ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ମଦନମୋହନ, ସରସ୍ବତୀ ଓ ଲକ୍ଷ୍ମୀଙ୍କ ପ୍ରତିମା ବିରାଜମାନ ହେବେ। ଏହି ପ୍ରସିଦ୍ଧ ଝୁଲଣ ଯାତ୍ରା ୭ଦିନ ଧରି ପାଳିତ ହେବ । ଶ୍ରୀ ନୃସିଂହ ମହାପ୍ରଭୁ ଙ୍କ ମଧ୍ୟାହ୍ନ ଧୂପ ପରେ ଆଜ୍ଞାମାଳ ନିମନ୍ତେ ବିଜେ ହୋଇ ଏକ ପଟୁଆରରେ ବାହାରି ଶ୍ରୀମନ୍ଦିର ପରିକ୍ରମା କରିବେ ।
ପୁରୀ ସ୍ଥିତ ଜଗନ୍ନାଥ ବଲ୍ଲଭ ମଠ ସମେତ ଅନ୍ୟାନ୍ୟ ମଠରେ ଖୁବ ଆଡମ୍ବରରେ ପାଳନ କରାଯିବ । ଏହି ଉତ୍ସବ ଉପଲକ୍ଷେ ପାରମ୍ପରିକ ଛାନ୍ଦ ଚମ୍ପୁ ଓ ପୁରାତନ ଗୋପ ରାସ କେଳି ସଂଗୀତ ପରିବେଷଣ କରାଯାଏ ।