ମଙ୍ଗଳବାର ବୌଦ୍ଧ ଟାଉନ ହଲ୍ ଠାରେ ଆନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ବୌଦ୍ଧ ଜିଲ୍ଲା ପ୍ରଶାସନ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଦ୍ଵାରା ଆୟୋଜିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ବୌଦ୍ଧ ଜିଲ୍ଲାର ବିଭିନ୍ନ ବ୍ଲକ୍ ର ଶତାଧିକ ବରିଷ୍ଠ ନାଗରିକ ଯୋଗଦେଇଥିଲେ l ସକାଳେ ଯୋଗ ଶିବିର ପରେ ବରିଷ୍ଠ ନାଗରିକ ମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯିବା ସହ ମୁକ୍ତ ଔଷଧ ପ୍ରଦାନ କରଯାଇଥିଲା l
ଦିନ ପ୍ରାୟ ବାରଟା ସମୟରେ ଟାଉନ୍ ହଲ୍ ରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥଲା l ଏହି କାର୍ଯ୍ୟକ୍ରମରେ ବୌଦ୍ଧ ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷ ଶ୍ରୀ ମୃତ୍ୟୁଞ୍ଜୟ ମିଶ୍ର ମୂଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ l ମୁଖ୍ୟ ଅତିଥି ଓ ସମ୍ମାନୀୟ ଅତିଥି ଭାବେ ଜିଲ୍ଲା DSO ରାଜିନ୍ଦ୍ର କିଶନ, CDMO ଜୟକୃଷ୍ଣ ମିଶ୍ର,APD ବୌଦ୍ଧ, ଜିଲ୍ଲା ବରିଷ୍ଠ ନାଗରିକ ସଙ୍ଘର ଉପ ସଭାପତି ପ୍ରମୁଖ ଯୋଗଦେଇ ଜଗନ୍ନାଥଙ୍କ ଦୀପ ପ୍ରଜ୍ବଳନ ଓ ପୁଷ୍ପାଞ୍ଜଳି ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା l ଅତିଥି ମାନେ ବରିଷ୍ଠ ନାଗରିକଙ୍କ ସମାଜକୁ ଅବଦାନ ସହ ପାରିବାର ଗଠନ ପାଇଁ ସେମାନଙ୍କ ତ୍ୟାଗ ଓ ତିତିକ୍ଷା ସମ୍ବନ୍ଧରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥଲେ l କିନ୍ତୁ ବର୍ତ୍ତମାନ ସମାଜରେ ସେମାନଙ୍କୁ ଉପେକ୍ଷା କରାଯାଇ ଉପଯୁକ୍ତ ଯତ୍ନ, ଶ୍ରଦ୍ଧା, ଖାଦ୍ୟ ଓ ପାନୀୟ ତଥା ସ୍ବାସ୍ଥ୍ୟଗତ ଆଦି ବିଭିନ୍ନ ପ୍ରକାର ଅସୁବିଧା ବିଷୟରେ ଆଲୋଚନା କରାଯାଇଥିଲା l ଜିଲ୍ଲାର ବିଭିନ୍ନ ସ୍ଥାନରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା କିଛି ବରିଷ୍ଠ ନାଗରିକଙ୍କୁ ଏହି ଅବସରରେ ସମ୍ମାନୀତ କରାଯାଇଥିଲା l
ଅନ୍ୟପଟେ କିନ୍ତୁ କିଛି ବରିଷ୍ଠ ନାଗରିକ ଆଜିର ଅୟୋଜନରେ ଅସନ୍ତୋଷ ପ୍ରକାଶ କରିଥିଲେ l ଦୀର୍ଘ ସମୟ ଧରି ପ୍ରବଳ ଗରମରେ ବସି ରହିବାରୁ ଓ ସଭାରେ ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କ ଅନୁପସ୍ଥିତି ଓ ଅହେତୁକ ବିଳମ୍ବରେ ଆରମ୍ଭ ହେଇଥିବା ଓ ସେମାନଙ୍କୁ ଉପେକ୍ଷା ତଥା ଅସମ୍ମାନ କରାଯାଇଥିବା କ୍ଷୋଭର ସହ ପ୍ରକାଶ କରିଥିଲେ l