ପୁରୀରେ ଶ୍ରଦ୍ଧାଳୁଙ୍କ ଭିଡକୁ ଦୃଷ୍ଟିରେ ରଖି ସ୍ୱାସ୍ଥ୍ୟ ବିଭାଗର ସ୍ୱତନ୍ତ୍ର ବ୍ୟବସ୍ଥା, କୋଭିଡ୍ ପାଇଁ ପ୍ରସ୍ତୁତ ରହିଛି ସ୍ୱତନ୍ତ୍ର ବେଡ୍ ଭୁବନେଶ୍ୱର, ଜୁନ ୩୦(ଖବର ଓଡିଶା): Share story: ଦିନକ ପରେ ମହାପ୍ରଭୁଙ୍କ ଘୋଷଯାତ୍ରା । ପୁରୀରେ ଶ୍ରଦ୍ଧାଳୁଙ୍କ ଭିଡ ଜମିବ । ଭିଡକୁ ଦୃଷ୍ଟିରେ ରଖି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଏନେଇ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ । ସେ କହିଛନ୍ତି ଯେ, ରଥଯାତ୍ରା ବେଳେ ଯେପରି କେହି ବିନା ମାସ୍କରେ ବୁଲିବେ ନାହିଁ ସେନେଇ ୧୦ ଲକ୍ଷ ମାସ୍କ ସ୍ୱାସ୍ଥ୍ୟ ବିଭାଗ ବାଣ୍ଟିବ । ଏହାସହିକ ଫୁଡ ଇନ୍ସପେକ୍ଟର, ମେଡିସିନ ସ୍ପେଶାଲିଷ୍ଟ, ରକ୍ତ ଭଣ୍ଡାର ସହ ଆମ୍ବୁଲାନ୍ସ ସେବା ଯୋଗାଇ ଦେବା ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି । ସେପଟେ କରୋନା ପାଇଁ ସ୍ୱତନ୍ତ୍ର ବେଡର ବ୍ୟବସ୍ଥା ମଧ୍ୟ କରାଯାଇଛି । ଥଣ୍ଡା, କାଶ କିମ୍ବା ଜ୍ୱର ହୋଇଥିଲେ ପୁରୀ ନ ଆସନ୍ତୁ ନାହିଁ । ଘରେ ବସି ଟିଭିରେ ରଥଯାତ୍ରା ଦେଖିବାକୁ ସ୍ୱାସ୍ଥ୍ୟମନ୍ତ୍ରୀ ନିବେଦନ କରିଛନ୍ତି । ଖବର ଓଡ଼ିଶା, Reporter, 30/06/2022