ପରିବା ବଜାରରେ ନିଆଁ, ବନ୍ୟା ପ୍ରଭାବରେ ୬୦ ଉପରେ ରହିଛି ସବୁ ପରିବା ଦର ଭୁବନେଶ୍ୱର,ଅଗଷ୍ଟ ୧୭(ଖବର ଓଡିଶା): Share story: ଲଘୁଚାପ ଜନିତ ଲଗାଣ ବର୍ଷା ଏବଂ ବନ୍ୟା ସ୍ଥିତି ଉପୁଜିଛି। ଏହାର ପ୍ରଭାବ ସିଧାସଳଖ ରାଜ୍ୟର ପରିବା ବଜାର ଉପରେ ପଡିଛି। ଗତ ୨ ଦିନ ହେଲା ପରିବା ଦରରେ ନିଆଁ ଲାଗିଛି। ପ୍ରାୟ ସମସ୍ତ ପରିବା ଦର ୬୦ ଟଙ୍କା ଉପରେ ରହିଛି। ଯାହାକୁ ନେଇ ଖାଉଟିଙ୍କ ଚିନ୍ତା ବଢି ଯାଇଛି। ବନ୍ୟା ହେବା ଯୋଗୁ ଫସଲ ହାନି ହେବା ଆଶଙ୍କା ରହିଛି । ତେଣୁ ଆଗକୁ ଦର ଆହୁରି ବଢ଼ିପାରେ ବୋଲି ଚିନ୍ତା ପ୍ରକାଶ କରିଛନ୍ତି ବଜାର ବିଶେଷଜ୍ଞ । ସେହିପରି ଭୁବନେଶ୍ୱରର ୧ ନମ୍ବର ହାଟରେ ମଙ୍ଗଳବାର ଟମାଟୋ ଦର ୪୦ ଟଙ୍କା ରହିଥିବା ବେଳେ ଭୁବନେଶ୍ୱରର ଅନ୍ୟ ପ୍ରାନ୍ତଗୁଡିକରେ ଏହି ଦର ପ୍ରାୟ ୬୦ ଟଙ୍କା ରହିଛି । ସେହିଭଳି ପୋଟଳ ୫୦ ଟଙ୍କାରେ ବିକ୍ରି ହେଉଛି । ବାକି ପରିବା ୬୦ରୁ ୮୦ ଟଙ୍କା ଯାଏ ବିକ୍ରି ହେଉଛି । ଅଧିକାଂଶ ପରିବା ଦର ଏବେ ଆକାଶ ଛୁଆଁ । ପ୍ରାୟ ୪ ଦିନ ତଳେ ଯାହାର ଦର ୨୦ରୁ ୨୫ ଟଙ୍କା ରହିଥିଲା ତାହା ଏବେ କିଲୋ ପିଛା ୮୦ ଟଙ୍କା ଯାଏ ବିକ୍ରି ହେଉଛି । ଖବର ଓଡ଼ିଶା, Reporter, 17/08/2022