୨୪ ଘଣ୍ଟାରେ ଉତ୍ତର ବଙ୍ଗୋସାଗରରେ ସୃଷ୍ଟି ହେବ ଲଘୁଚାପ, ପ୍ରଭାବରେ ୧୩ ଜିଲ୍ଲାରେ ପ୍ରବଳ ବର୍ଷିବ ଭୁବନେଶ୍ୱର, ଅଗଷ୍ଟ ୧୨(ଖବର ଓଡିଶା): Share story: ପଶ୍ଚିମ ମିଆଁମାର ଓ ତାର ପାଶ୍ୱର୍ବର୍ତ୍ତୀ ଅଞ୍ଚଳରେ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଏହାର ପ୍ରଭାବରେ ୨୪ ଘଣ୍ଟାରେ ଉତ୍ତର ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ପରବର୍ତ୍ତୀ ୨୪ ଘଣ୍ଟାରେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରିବ । ଆଗାମୀ ୨୪ ଘଣ୍ଟାରେ ୧୩ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ସେହିପରି ୧୩ ଓ ୧୪ ତାରିଖରେ ୩୦ ଜିଲ୍ଲାକୁ ଆଲର୍ଟ ଜାରି କରାଯାଇଛି । ୧୫ରୁ ବର୍ଷାର ପରିମାଣ କମିବ । ୧୫ ତାରିଖ ଯାଏଁ ମତ୍ସଜୀବୀଙ୍କୁ ସମୁଦ୍ର ଭିତରକୁ ଯିବାକୁ ମନା କରାଯାଇଛି । ତେବେ ଆଜିଠାରୁ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ଦୁଇଦିନ ପଶ୍ଚିମ ଓ ଉପକୂଳ ଓଡିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଉପକୂଳ ଓଡିଶାରେ ଘଣ୍ଟା ପ୍ରତି ୪୦ରୁ ୫୦ କିଲୋମିଟର ବେଦରେ ପବନ ବହିବାର ସମ୍ଭାବନା ରହିଛି । ଖବର ଓଡ଼ିଶା, Reporter, 12/08/2022