ସମ୍ବଲପୁର : ପାରିବାରିକ କଳହର କରୁଣ ପରିଣତି। ସ୍ତ୍ରୀକୁ ଗୁଳିକରି ହତ୍ୟା କଲା ଜହ୍ଲାଦ ସ୍ବାମୀ। ଯାହାକୁ ନେଇ ସାତ ଜନମ ସାଙ୍ଗରେ ରହିବ ବୋଲି ସ୍ତ୍ରୀ ପ୍ରାର୍ଥନା କରୁଥିଲା ଶେଷରେ ସେହି ସ୍ବାମୀ ହିଁ ନେଲା ଜୀବନ।ସମ୍ବଲପୁର ଜିଲା ରେଢ଼ାଖୋଲ ଥାନା ଅଧୀନ ଘୁଷୁରମାଳ ପଞ୍ଚାୟତ ଅନ୍ତର୍ଗତ ଲାଣ୍ଡିମାଲ ଗାଁରେ ଏଭଳି ଏକ ଅମାନବୀୟ ଘଟଣା ଘଟିଛି । ମୃତ ପତ୍ନୀ ହେଲେ ଅମ୍ବିକା ମିର୍ଦ୍ଧା ।
ସୂଚନା ଅନୁଯାୟୀ କୌଣସି ଏକ କାରଣକୁ କେନ୍ଦ୍ର କରି ଅମ୍ବିକା ମିର୍ଦ୍ଧା ଓ ତାଙ୍କ ସ୍ୱାମୀ ଚରଣ ମିର୍ଦ୍ଧାଙ୍କ ମଧ୍ୟରେ ବିବାଦ ହୋଇଥିଲା। ଏଥିରେ ଚରଣ ଉତକ୍ଷିପ୍ତ ହୋଇ ରାଗି ସ୍ତ୍ରୀ ଅମ୍ବିକାଙ୍କ ଉପରକୁ ଗୁଳି କରିଥିଲେ।ଯାହା ଫଳରେ ଅମ୍ବିକାଙ୍କ ଛାତି ଓ ହାତରେ ଗୁଳି ବାଜିଥିଲା। ଘଟଣାସ୍ଥଳରେ ଅମ୍ବିକାଙ୍କ ମୃତ୍ୟୁ ଘଟିଥିଲା। ଘଟଣା ପରେ ଗାଁରେ ଉତ୍ତେଜନା ଦେଖା ଦେଇଥିଲା । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରିବା ସହ ଅଭିଯୁକ୍ତ ଚରଣ ମିର୍ଦ୍ଧାଙ୍କୁ ଗିରଫ କରିଛି।