କେନ୍ଦୁଝର : ଭଉଣୀର ହତ୍ୟା ମାମଲାରେ ଭାଇକୁ ମିଳିଲା ଆଜୀବନ କାରାଦଣ୍ଡାଦେଶ ସହ ଜରିମାନା । ଏଥିସହ ଜରିମାନା ଅନାଦେୟ ଅଧିକ ୬ ମାସ ସଶ୍ରମ କାରାଦଣ୍ଡ ଶୁଣାଇଛନ୍ତି କେନ୍ଦୁଝର ଜିଲ୍ଲା ଜର୍ଜ।
ସୂଚନା ଅନୁଯାୟୀ ୨୦୨୩ ମସିହାରେ ପଣ୍ଡାପଡ଼ା ଥାନା ସୁମଗିରି ଗାଁରେଘଟିଥିଲା ଏହି ହତ୍ୟାକାଣ୍ଡ । ମୃତକ ମାଳତି ବାରିକ ଏବଂ ଅଭିଯୁକ୍ତ ଭଆଇ ଭାଇ ପ୍ରସନ୍ନ ବାରିକ ଗୋଟିଏ ଘରେ ରହୁଥିଲେ। ପ୍ରସନ୍ନ ପୂର୍ବରୁ ସିକ୍ୟୁରିଟି ଗାର୍ଡ ଭାବେ କାମ କରୁଥିଲେ। ଅସୁସ୍ଥତା କାରଣରୁ କିଛିଦିନ ସେ ଘରେ ରହି ଚିକିତ୍ସିତ ହେଉଥିଲେ । ଚିକିତ୍ସା ଖର୍ଚ୍ଚ ପାଇଁ ଟଙ୍କା ଆବଶ୍ୟକ ପଡୁଥିବା ବେଳେ ତାଙ୍କ ଭଉଣୀ ମାଳତି କିଛି ସଂଚିତ ଅର୍ଥ ପୋଷ୍ଟ ଅଫିସରେ ଜମା ରଖିଥିଲେ। ତେବେ ଆବଶ୍ୟକ ସମୟରେ ଟଙ୍କା ତୁରନ୍ତ ଉଠାଇ ନପାରିବାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ଏହି ବଚସା ପରେ ପ୍ରସନ୍ନ ତାଙ୍କ ଭାଉଣୀ ମାଳତୀଙ୍କୁ ଗୁଳି କରିଥିବା ଅଭିଯୋଗ ହୋଇଥିଲା। ଗୁରୁତର ଅବସ୍ଥାରେ ମାଳତୀଙ୍କୁ ପୋଲିସ ଉଦ୍ଧାର କରି ଚିକିତ୍ସାଳୟରେ ଭର୍ତ୍ତି କରିଥିଲା ଏବଂ ମୃତ୍ୟୁ କାଳୀନ ଜମାନ ବନ୍ଦୀ ନେବା ପରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇ ଯାଇଥିଲା । ପରେ ଘଟଣାର ତଦନ୍ତ କରି ପୋଲିସ ମାମଲା ରୁଜୁ କରିଥିଲା। ୧୪ ଜଣ ସାକ୍ଷୀଙ୍କ ବୟାନ ଏବଂ ମୃତ୍ୟୁ କାଳୀନ ଜମାନବନ୍ଦୀ ଉପସ୍ଥାପିତ ପ୍ରମାଣକୁ ଆଧାର କରି ମାନ୍ୟବର ଜିଲ୍ଲା ଦୌରାଜଜ ଦୋଷୀଙ୍କୁ ଆଜୀବନ କାରାଦଣ୍ଡ ସହ ୧୦ ହଜାର ଟଙ୍କା ଜରିମାନା ଏବଂ ଅନାଦେୟ ହେଲେ ଆଉ ୬ ମାସ ସଶ୍ରମ କାରାଦଣ୍ଡ ଶୁଣାଇଛନ୍ତି।