ଉମରକୋଟ : ଜଣେ ସାତ ମାସର ଗର୍ଭବତୀ ମହିଳାଙ୍କୁ ବସଷ୍ଟାଣ୍ଡ ରେ ଛାଡ଼ି ସ୍ବାମୀ କୁଆଡ଼େ ଫେରାର । ସ୍ଵାମୀ ଆସିକି ନେବ ବୋଲି କହି ଦୀର୍ଘ ୩୬ ଘଣ୍ଟା ବିତି ଯାଇଥିଲେ ମଧ୍ଯ ଆସିନଥିଲେ । ସ୍ବାମୀଙ୍କୁ ମହିଳା ଜଣକ ନବରଙ୍ଗପୁର ଜିଲ୍ଲା ଉମରକୋଟ ନୂଆ ବସଷ୍ଟାଣ୍ଡ ଠାରେ ଅପେକ୍ଷା କରି ବସିଥିଲେ ହେଲେ ସେ ଆସିଲେ ନାହିଁ ।
ସୂଚନା ଅନୁଯାୟୀ ଗର୍ଭବତୀ ମହିଳାଙ୍କ ନାମ ହେଉଛି ଅମିତା ଜାନି ଘର କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ୍ ର ଗୀର୍ଲିଗୁମା ବୋଲି ଜଣାପଡିଛି। ଅନ୍ୟପଟେ ମାନସିକ ସ୍ତରରେ ସମ୍ପୂର୍ଣ୍ଣ ଭାବରେ ଭାଙ୍ଗି ପଡ଼ିଥିବା ବେଳେ ସ୍ପଷ୍ଟ ଭାବରେ କିଛି କଥା ହୋଇପାରୁ ନାହାଁନ୍ତି ଏବଂ ଲୋକଙ୍କୁ ଦେଖିଲେ ଭୟ କରୁଛନ୍ତି । ମହିଳା କହିବା ଅନୁଯାୟୀ ସ୍ବାମୀଙ୍କ ନା ଦିନେଶ ଜାନି ହୋଇଥିବା ବେଳେ କିଛି ବର୍ଷ ତଳେ ଦୁହେଁ ଦାଦନ ଖଟିବାକୁ ହାଇଦ୍ରାବାଦ ଯାଇଥିଲେ। ସେଠାରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା। ତେବେ ସ୍ବାମୀ ଦିନେଶ ଓ ଅମିତା ଶୁକ୍ରବାର ସକାଳେ ହାଇଦ୍ରାବାଦ ବସ ରେ ଉମରକୋଟ ନୁଆ ବସଷ୍ଟାଣ୍ଡ ଠାରେ ଓହ୍ଲାଇ ଥିଲେ। ପହଞ୍ଚିବା ପରେ ସ୍ବାମୀ ଅମିତା କୁ ଏଠି ବସିଥା ମୁଁ ଯାଇକି ଆସୁଛି କହି ଫେରାର ହୋଇ ଯାଇଛି। ଅମିତା ପାଖେ ନା ଅଛି ମୋବାଇଲ ନା ଖର୍ଚ୍ଚ କରିବାକୁ ଟଙ୍କା । ଖବର ପାଇଁ ଶୋଭା NGO ର ଜିଲ୍ଲା ସଂଯୋଜିକା ଉମା ଶତନାମୀ ଏବଂ ନବରଙ୍ଗପୁର ସଖୀ ୱାନ ଷ୍ଟପ ସେଣ୍ଟର ରୁ ଜସ୍ନିନ ସିଂ ଉଦ୍ଧାର କରି ତାଙ୍କୁ ୱାନ ଷ୍ଟପ ସେଣ୍ଟର କୁ ନିଆଯାଇଛି। ସ୍ବାମୀ ର ଘର କେଉଁଠି ଜଣାପଡୁ ନ ଥିବା ସମୟରେ ଉମରକୋଟ ଅଞ୍ଚଳର ହୋଇଥିବ ବୋଲି ଅନୁମାନ କରାଯାଉଛି।