ବଲାଙ୍ଗିର: ମାଆ ସାମ୍ନାରେ ହାଣିଦେଲେ ପୁଅକୁ । ଏପରି ଏକ ଅଭାବନୀୟ ଓ ଚାଞ୍ଚଲ୍ୟକର ଘଟଣା ବଲାଙ୍ଗିର ସହର ଖଦାଲପଡାଠାରେ ଘଟିଛି। ମୃତକ ଜଣକ ହେଲେ ରାଜ ବେହେରା ।
ମିଳିଥିବା ସୂଚନା ଅନୁସାରେ, ରାଜ ଆଜି ଅପରାହ୍ନରେ ତାଙ୍କର ଘର ନିକଟରେ ଏକୁଟିଆ ବସିଥିଲେ । ଏହି ସମୟରେ ଦୁଇ ଜଣ ଦୃବୁର୍ତ୍ତ ହଠାତ୍ ଆସି ତାଙ୍କୁ ଆକ୍ରମଣ କରିଥିଲେ । ରାଜ୍ ପ୍ରାଣ ବିକଳରେ ଘରକୁ ଦୌଡ଼ିଦୌଡ଼ି ପଳେଇ ଆସିଥିଲେ । ଏବଂ ଚିତ୍କାର କରି ପରିବାର ଲୋକଙ୍କୁ ଡାକିଥିଲେ । ରାଜ୍ ଙ୍କ ଡାକ ଶୁଣି ପରିବାର ଲୋକେ ଘରୁ ଧାଇଁ ଆସିଥିଲେ । ହେଲେ ତାଙ୍କ ମାଆ ଓ ଭଉଣୀଙ୍କ ସମ୍ମୁଖରେ ରାଜଙ୍କୁ ମାରଣାସ୍ତ୍ରରେ ହାଣି ମାରି ପକାଇ, ଦୃବୁର୍ତ୍ତ ଘଟଣାସ୍ଥଳରୁ ପଳାଇଥିଲେ । ରାଜଙ୍କୁ ପରିବାର ଲୋକେ ଡାକ୍ତରଖାନାକୁ ନେଇଥିଲେ କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ, ଟାଉନ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍ ଭିନ୍ ଆରମ୍ଭ କରିଛି । ତେବେ ଏହି ହତ୍ୟାକାଣ୍ଡ ପଛରେ ପୂର୍ବ ଶତ୍ରୁତା କିମ୍ବା ପ୍ରେମ ରହିଥାଇପାରେ ବୋଲି ଆଲୋଚନା ହେଉଛି ।