ଭୁବନେଶ୍ୱର: ଅଧା ରହିଗଲା ଜଗା ଦର୍ଶନ। ୨ ବାଇକ୍ ଆରୋହୀ ଡିଭାଇଡରରେ ପିଟି ହୋଇ ମୃତ୍ୟୁବରଣ କରିଛନ୍ତି। ମୃତକ ହେଲେ ପ୍ରୀତିରଞ୍ଜନ ଜେନା ଓ ଶୁଭମ ନାୟକ। ଭୁବନେଶ୍ୱର ବଡ଼ଗଡ଼ ଥାନା ବିଜେବିନଗରରେ ମର୍ମନ୍ତୁଦ ଘଟିଛି ଦୁର୍ଘଟଣା। ଡିଭାଇଡରରେ ପିଟି ହୋଇ ଉଭୟଙ୍କ ମୃତ୍ୟୁ ଘଟିଛି। ମୃତକ ନୟାଗଡ଼ର, ବିଜେଇଏମ ସ୍କୁଲ ନିକଟ ବସ୍ତିରେ ରହୁଥିଲେ। ସେହିପରି ଏହି ଦୁର୍ଘଟଣାରେ ଅନ୍ୟ ଜଣେ ଗୁରୁତର ମଧ୍ୟ ହୋଇଛନ୍ତି।
ଗତକାଲି ବିଳମ୍ବିତ ରାତି ୨ରୁ ୩ଟା ଭିତରେ ଦୁର୍ଘଟଣା ଘଟିଛି। ଜଣେ ସାଙ୍ଗ ୭ଦିନ ହେବ ଏକ ନୂଆ ବାଇକ୍ କିଣିଥିଲା। ସେହି ବାଇକରେ ୩ ଜଣ ଗଲା ବେଳେ ଦୁର୍ଘଟଣା ଘଟିଛି। ପୁରୀକୁ ଜାଗା ଦର୍ଶନ ପାଇଁ ବାହାରୁଥିବା ବେଳେ ଘଟିଛି ଦୁର୍ଘଟଣା। ମୃତଦେହକୁ ଜବତ କରି ତଦନ୍ତ କରୁଛି ପୋଲିସ। ସେପଟେ ଭରତପୁର ଥାନା ଆଇଗିଣିଆ ଛକରେ ମଧ୍ୟ ବାଇକ ଦୁର୍ଘଟଣା ଘଟିଛି। ଡିଭାଇଡରରେ ପିଟି ହୋଇ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ଆଲୋକ କୁମାର ନାୟକ।
ସେହିପରି ଗଞ୍ଜାମର ଛତ୍ରପୁରରେ ବି ଜାତୀୟ ରାଜପଥ କଲେଜ ଛକ ନିକଟରେ ବାଇକ ଚାଳକ ଭାରସାମ୍ୟ ହରାଇ ଦୁର୍ଘଟଣା ଗ୍ରସ୍ତ ହୋଇଛି। ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ, ଅନ୍ୟ ଜଣେ ଆହତ ହୋଇଛନ୍ତି। ମୃତକ ଜଣକ ହେଲେ ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଅଂଚଳର ଧମେନ୍ଦ୍ର କର। ଆହତ ଜଣକ ହେଲେ ସନ୍ଦୀପ ଦାସ। ଏହି ଦୁଇ ଜଣ ଏକ ବାଇକ ଯୋଗେ ବେଙ୍ଗଲୋରରୁ ନିଜ ଘରକୁ ଫେରୁଥିବା ବେଳେ ଛତ୍ରପୁର ଜାତୀୟ ରାଜପଥ କଲେଜ ଛକ ନିକଟରେ ଏକ ଡିଭାଇଡରକୁ ପିଟି ଦେଇଥିଲେ। ତୁରନ୍ତ ସ୍ଥାନୀୟ ଲୋକ ଉଦ୍ଧାର କରି ଛତ୍ରପୁର ମେଡିକାଲକୁ ଉଭୟଙ୍କୁ ନେଇଥିଲେ। ସେଠାରେ ଧମେନ୍ଦ୍ରଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ ଓ ଆହତଙ୍କ ଅବସ୍ଥା ଗୁରୁତର ରହିଥିବା କହିଛନ୍ତି।
ଅଧିକ ପଢନ୍ତୁ: ରେଳ ଷ୍ଟେସନରେ ଅଘଟଣ; ଚଳନ୍ତା ଟ୍ରେନରେ ଚଢ଼ିବା ବେଳେ ଖସିପଡ଼ି ଶିକ୍ଷକ ମୃତ