ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା ହେମଗିର ତହସିଲଦାର ଲାବଣ୍ୟନ୍ଦୁ ମହାନ୍ତି ଲୋକଙ୍କୁ ଦୁର୍ବ୍ୟବହାର କରିବା ସହ କାର୍ଯ୍ୟରେ ଅବହେଳା କରୁଥିବା ଅଭିଯୋଗ ହୋଇଥିଲା । ଅଭିଯୋଗକୁ ଭିତ୍ତି କରି ତାଙ୍କୁ ନିଲମ୍ବିତ କରାଯାଇଛି । ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସାରେ, ତହସିଲଦାର ଲାବଣ୍ୟନ୍ଦୁ ମହାନ୍ତି ଠିକ ସମୟରେ କାର୍ଯ୍ୟାଳୟକୁ ଆସୁନାହାନ୍ତି, ଲୋକମାନଙ୍କ ସହିତ ଦୁର୍ବ୍ୟବହାର କରି ନିଜ କାର୍ଯ୍ୟରେ ଅବହେଳା କରୁଛନ୍ତି । ଏନେଇ ସ୍ଥାନୀୟ ଲୋକ ଜିଲ୍ଲାପାଳଙ୍କୁ ଅଭିଯୋଗ କରିଥିଲେ । ଜିଲ୍ଲାପାଳ ତୁରନ୍ତ ଏହି ଘଟଣାର ତଦନ୍ତ କରି ତହସିଲଦାରଙ୍କୁ ନିଲମ୍ବିତ କରିଛନ୍ତି । ଏହି କାର୍ଯ୍ୟ ପରେ ଉକ୍ତ ଅଞ୍ଚଳରେ ନିଜ କାର୍ଯ୍ୟରେ ଅବହେଳା କରୁଥିବା ଲୋକଙ୍କ ପାଇଁ ଏହା ଉଚିତ ଶିକ୍ଷା ହେବ ।