କଲବଲ କରୁଛି ଖରା ଜଳୁଛି ସାରା ରାଜ୍ୟ । ଦିନ ସାଢ଼େ ୨ଟା ସୁଦ୍ଧା ରାଜ୍ୟର ୮ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି। ଆଜି ୪୧.୭ ଡିଗ୍ରୀ ସହ ଭୁବନେଶ୍ୱର ସବୁଠୁ ଉତ୍ତପ୍ତ ସହର ପାଲଟିଛି। ଏହା ପଛକୁ ରହିଛି ଚାନ୍ଦବାଲି। ଏଠାରେ ତାପମାତ୍ରା ରହିଛି ୪୧.୪ ଡିଗ୍ରୀ। ସେହିପରି ଝାରସୁଗୁଡାରେ ୪୧.୪, ହୀରାକୁଦରେ ୪୧, ସମ୍ବଲପୁରରେ ୪୦.୮, ରାଉରକେଲାରେ ୪୦.୬, ବାଲେଶ୍ୱରରେ ୪୦.୪, କେନ୍ଦୁଝରରେ କେନ୍ଦୁଝର ୪୦.୨ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି।
ପାଣିପାଗ ବିଭାଗ ସୂଚନା ଅନୁଯାୟୀ ଆସନ୍ତା ୨୨ ତାରିଖ ପର୍ଯ୍ୟନ୍ତ ତାତିରୁ ତ୍ରାହି ନାହିଁ। ଆସନ୍ତାକାଲି ପାଇଁ ୨୪ ଜିଲ୍ଲାକୁ ହିଟୱେଭ ଓ ଗୁଳିଗୁଳି ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ସେହିପରି ୧୯ ଓ ୨୦ ତାରିଖ ପାଇଁ ୪ ଜିଲ୍ଲାକୁ ହିଟୱେଭ୍ ୱାର୍ଣ୍ଣିଂ ଜାରି ହୋଇଛି। ତେବେ ଆସନ୍ତା ୨ ଦିନ ପାଇଁ ୩ ଜିଲ୍ଲାକୁ ସିଭିୟର ହିଟୱେଭ୍ ୱାର୍ଣ୍ଣିଂ ଜାରି କରାଯାଇଛି। କେବଳ ଦିନ ନୁହେଁ ରାତିର ତାପମାତ୍ରା ମଧ୍ୟ ଅଧିକ ରହିବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି । ଆସନ୍ତା ୨୨ ତାରିଖ ପରଠାରୁ ପାଣିପାଗ ବଦଳିବାର ସମ୍ଭାବନା ଥିବା ପାଣିପାଗ କହିଛି।