ଟିଟିଲାଗଡ଼: ଛାତ୍ରଙ୍କୁ ମାଡ଼ ମାରିବା ଘଟଣାରେ ପ୍ରଧାନ ଶିକ୍ଷୟିତ୍ରୀ ନିଲମ୍ବିତ । ସଇଁତଳା ଟିକ୍ରାପଡ଼ା ସରକାରୀ ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ ହେମାଞ୍ଜଳୀ ହୋତାଙ୍କୁ ନିଲମ୍ବିତ କରାଯାଇଛି।
ସୂଚନା ଅନୁଯାୟୀ ଗତ ୩୧ ତାରିଖରେ ବିଦ୍ୟାଳୟର ଦ୍ବିତୀୟ ଶ୍ରେଣୀ ଛାତ୍ରଙ୍କୁ ମାଡ଼ ମାରିଥିଲେ ପ୍ରଧାନ ଶିକ୍ଷୟିତ୍ରୀ ହେମାଞ୍ଜଳି ହୋତା । କେବଳ ଏତିକି ନୁହେଁ ପ୍ରଧାନ ଶିକ୍ଷୟତ୍ରୀ ଆକ୍ରୋଶ ରଖି ବାରମ୍ବାର ସ୍କୁଲରେ ଛାତ୍ରକୁ ନିର୍ଯ୍ୟାତନା ଦେଉଥିବା ଅଭିଯୋଗ ଆଣିଥିଲେ। ପ୍ରଧାନ ଶିକ୍ଷୟତ୍ରୀ ଛାତ୍ରକୁ ପାଠ ପଢିବା ପାଇଁ ସ୍କୁଲକୁ ପୁରାଉ ନଥିଲେ ଏବଂ ଟିସି ନେବାକୁ ବାଧ୍ଯ କରୁଥିଲେ I ଘଟଣା ବାବଦରେ ଥାନା ଓ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ ଛାତ୍ରଙ୍କ ବାପା । ଅଭିଯୋଗ ପରେ ଘଟଣାର ତଦନ୍ତ ପାଇଁ ଜିଲ୍ଲାପାଳ ସଇଁତଳା ବିଇଓଙ୍କୁ ନିର୍ଦ୍ଦେଶ ଦେଇଥିଲେ I ବିଇଓଙ୍କ ତଦନ୍ତ ରିପୋର୍ଟ ପରେ ପ୍ରଧାନ ଶିକ୍ଷୟତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନିଲମ୍ବିତ କରାଯାଇଛି।