ରାୟଗଡା ଜିଲ୍ଲା ପ୍ରଶାସନ ଦ୍ଵାରା ସଦର ମହକୁମାରେ " ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ନେଇ ଏକ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏହି ପଦଯାତ୍ରା ରାୟଗଡା ରେଳଷ୍ଟେସନ ଠାରୁ ଆରମ୍ଭ ହୋଇ ମହାତ୍ମା ଗାନ୍ଧୀ ପ୍ରମୋଦ ଉଦ୍ୟାନ ପର୍ଯ୍ୟନ୍ତ ଯାଇଥିଲେ। ସେଠାରେ ମହାପୁରୁଷ ମାନଙ୍କୁ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀଙ୍କ ସମେତ , ବିଭିନ୍ନ ସଙ୍ଗଠନ, ପୋଲିସ ପ୍ରଶାସନ ଓ ବୁଦ୍ଧିଜିବୀ ମାନେ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ରାୟଗଡାରେ ନୂତନ ଭାବେ ଯୋଗ ଦେଇଥିବା ଜିଲ୍ଲାପାଳ ପାରୁଲ ପଟୱାରି ଶୁଭ ଉଦଘାଟନ କରିଥିବା ବେଳେ ଅତିରିକ୍ତ ଜିଲ୍ଲାପାଳ ଭାସ୍କର ରଇତ, ଜିଲ୍ଲାପରିଷଦ ନିର୍ବାହୀ ଅଧିକାରୀ ନିହାର ରଞ୍ଜନ କହଁର, ଉପଜିଲ୍ଲାପାଳ କଲ୍ୟାଣୀ ସଂଘମିତ୍ରା ଦେବୀ , ଏସ ଡି ପି ଓ ଭୀମସେନ ନାୟକ, ପ୍ରମୁଖ ପ୍ରଶାସନିକ ଅଧିକାରୀ ମାନେ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମରେ ଏକ ଦସ୍ତଖତ ଅଭିଯାନ ମଧ୍ୟ ଜିଲ୍ଲା ସାମ୍ବାଦିକ ସଂଘ ଦ୍ୱାରା କରାଯାଇଥିଲା। ଏକ ସେଲ୍ଫି ଷ୍ଟାଣ୍ଡ ଅୟୋଜନ କରାଯାଇଥିଲା । ପ୍ରତି ଘରେ କିଭଳି ତ୍ରିରଙ୍ଗା ଲଗାଯିବ ଏବଂ ଏହାସହ ଆମ ଜାତୀୟ ପତାକା ତ୍ରିରଙ୍ଗା ସମ୍ମାନ କ୍ଷୁର୍ଣ୍ଣ ରଖିବା ସହ ଦେଶର ପ୍ରତିଟି ନାଗରିକ ତ୍ରିରଙ୍ଗାକୁ ସମ୍ମାନ ଦେବା ଆମର କର୍ତ୍ତବ୍ୟ ବୋଲି ରାୟଗଡା ଜିଲ୍ଲା ସାମ୍ୱାଦିକ ସଂଘର ସଭାପତି ତଥା ବରିଷ୍ଠ ସାମ୍ବାଦିକ ଡ ବାଦଲ କୁମାର ତା କହିଛନ୍ତି ।