ଭୁବନେଶ୍ୱର: ଆସନ୍ତା ୩ ତାରିଖରେ ଦକ୍ଷିଣ ଓଡିଶାର ୪ ଜିଲ୍ଲାରେ ସରକାରୀ ଛୁଟି ଘୋଷଣା କରାଯାଇଛି । ଗଞ୍ଜାମ , ଗଜପତି, ନବରଙ୍ଗପୁର, ମାଲକାନଗିରିରେ ସରକାରୀ ଛୁଟି ଘୋଷଣା କରିଛନ୍ତି । କନ୍ଧମାଳ ଜିଲ୍ଲାର ବାଲିଗୁଡା ଉପଖଣ୍ଡରେ ମଧ୍ଯ ସରକାରୀ ଛୁଟି ଘୋଷଣା କରାଯାଇଛି । କାର୍ତ୍ତିକ ମାସ ଶେଷ ସୋମବାର ପାଇଁ ସ୍ଥାନୀୟ ଛୁଟି ଘୋଷଣା କଲେ ଆରଡିସି ।