ଭୁବନେଶ୍ୱର : ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର। ନନ୍ଦନକାନନ ପ୍ରାଣୀଉଦ୍ୟାନକୁ ଆସିଲେ ନୂଆ ଅତିଥି । ଜୀବଜନ୍ତୁ ଅଦଳବଦଳ ପ୍ରକ୍ରିୟାରେ ନନ୍ଦକାନନକୁ ଆସିଲେ ନୂଆ ଅତିଥି। ସୁରତର ଶ୍ୟାମପ୍ରସାଦ ମୁଖାର୍ଜୀ ପ୍ରାଣୀ ଉଦ୍ୟାନରୁ ଆସିଲେ ଜୀବଜନ୍ତୁ।
ସେଠାରୁ ୫ ଓଧ, ୨ ଧୂସର ଗଧିଆ, ୧୦ ବିରଳ କଇଁଛ, ୨ ଫିଜାଣ୍ଟ ପକ୍ଷୀ ଆସିଛି। ପ୍ରତିବଦଳରେ ଶ୍ୟାମପ୍ରସାଦ ମୁଖାର୍ଜୀ ଉଦ୍ୟାନକୁ ଦିଆଗଲା ୧୪ ଜୀବଜନ୍ତୁ। ୨ ରୟାଲ ବେଙ୍ଗଲ ଟାଇଗର, ୨ ମାଇ ଗଧିଆ, ୩ ଚାରିଶୃଙ୍ଗୀ କୃଷ୍ଣସାର ମୃଗ। ପ୍ରତି ବଦଳରେ ୫ ବିଲୁଆ, ୨ ବାର୍କିଂ ହରିଣ ପ୍ରଦାନ କଲା ନନ୍ଦନକାନନ।
ଜୀବଜନ୍ତୁ ଅଦଳବଦଳ ପ୍ରକ୍ରିୟା ସମ୍ପର୍କରେ ନନ୍ଦନକାନନ ଉପନିର୍ଦେଶକ ସନଥ କୁମାର ନାରାୟଣ କହିଛନ୍ତି ଯେ , ବିଲୁପ୍ତ ପ୍ରାୟ ଜୀବଜନ୍ତୁଙ୍କ ବଂଶବୃଦ୍ଧି ସହ ଏଠାରେ ରହୁଥିବା ଜୀବଜନ୍ତୁଙ୍କ ରକ୍ତ ସମ୍ପର୍କ ପରିବର୍ତ୍ତନ କରିବା ଆମର ଲକ୍ଷ୍ୟ । କେନ୍ଦ୍ରୀୟ ଚିଡ଼ିଆଖାନା କର୍ତ୍ତୃପକ୍ଷ ମଧ୍ୟ ଏନେଇ ମଞ୍ଜୁର ଦେଇସାରିଛନ୍ତି।