ଭୁବନେଶ୍ୱର: ଗୋଟିଏ ପଟେ ବିଧାନସଭା ଶୀତ ଅଧିବେଶନ ଚାଲୁଥିବାବେଳେ ଏପଟେ ରାଜଧାନୀ ରାଜରାସ୍ତାରେ ଧାରଣାରେ ବସିଛନ୍ତି ହଜାର ହଜାର ସଂଖ୍ୟାରେ ଶିକ୍ଷକ । ୮ ଦଫା ଦାବି ନେଇ ପ୍ରାଥମିକ ଶିକ୍ଷକ ମହାସଂଘ ପକ୍ଷରୁ ମହାସମାବେଶ ଡାକରା ଦିଆଯାଇଛି ।
ଭୁବନେଶ୍ୱର ଲୋଏର୍ ପିଏମଜିରେ ହଜାର ହଜାର ସଂଖ୍ୟାରେ ପ୍ରାଥମିକ ଶିକ୍ଷକ ଓ ଶିକ୍ଷୟତ୍ରୀମାନେ ଏକାଠି ହୋଇଛନ୍ତି । ଗ୍ରେଡ୍ ପେ ୪୨୦୦ କରିବାକୁ ସେମାନଙ୍କର ମୁଖ୍ୟ ଦାବି ରହିଛି । ସେହିପରି କଣ୍ଟ୍ରାକଚ୍ୟୁଆଲ୍ ଉଚ୍ଛେଦ ମଧ୍ୟ ଦାବି ରହିଛି । ସମସ୍ତ ରାଜ୍ୟରେ ୪୨୦୦ ଗ୍ରେଡ୍ ପେ ଲାଗୁ ହୋଇଥିବାବେଳେ କେବଳ ଓଡ଼ିଶାରେ ୨୨୦୦ ଟଙ୍କା ମିଳୁଛି ବୋଲି ଅଭିଯୋଗ କରିଛନ୍ତି । ଯେପର୍ଯ୍ୟନ୍ତ ସରକାର ଦାବି ମାନି ନେଇ ନାହାଁନ୍ତି ସେପର୍ଯ୍ୟନ୍ତ ଆନ୍ଦୋଳନରୁ ଓହରିବେ ନାହିଁ ବୋଲି ଧମକ ଦେଇଛନ୍ତି ।