ଭୁବନେଶ୍ୱର: ପୋଲିସ ଏସ୍ଆଇ ପରୀକ୍ଷା କେଳେଙ୍କାରୀ ମାମଲାରେ ସିବିଆଇ ପ୍ରଥମ ପଦକ୍ଷେପ ଗ୍ରହଣ କରିଛି । ଦୀଘା ମଡ୍ୟୁଲ୍ ମାଷ୍ଟରମାଇଣ୍ଡକୁ ସିବିଆଇ ଅଟକ ରଖିଛି । ସେ ହେଲେ ମାଷ୍ଟରମାଇଣ୍ଡ ବିରଞ୍ଚି ନାରାୟଣ ନାୟକ । ପ୍ରଥମେ ଅଟକ ରଖିବା ପରେ ଗିରଫ କରାଯାଇଛି । ପାରଳାଖେମୁଣ୍ଡିରୁ ବିରଞ୍ଚିକୁ ସିବିଆଇ ଉଠାଇ ଆଣିଥିଲା ।
ଆନ୍ଧ୍ର ଶ୍ରୀକାକୁଲମ ମଡେଲ୍ ଧରାପଡ଼ିବା ପରେ ଦୀଘା ମଡେଲକୁ ବାତିଲ କରାଯାଇଥିଲା । ଏହି ମାମଲାରେ କ୍ରାଇମବ୍ରାଞ୍ଚ ସିବିଆଇ ସମ୍ପୂର୍ଣ୍ଣ ତଦନ୍ତ ଭାର ଦେଇଛି । ସିବିଆଇ ଜଣକ ପରେ ଜଣଙ୍କୁ ଜେରା କରୁଛି । ବିରଞ୍ଚି ନାରାୟଣ ନାୟକ ବାବଦରେ କ୍ରାଇମବ୍ରାଞ୍ଚ ଟେର୍ ମଧ୍ୟ ପାଇନଥିଲା । କିନ୍ତୁ ସିବିଆଇ ବିରଞ୍ଚିକୁ ଗିରଫ କରିଛି ।
ମାମଲାର ମାଷ୍ଟରମାଇଣ୍ଡ କୁହାଯାଉଥିବା ଗଞ୍ଜାମ ଜିଲା ବ୍ରାହ୍ମଣଛାଇ ଗ୍ରାମର ଶଙ୍କର ପୃଷ୍ଟି ସମେତ ସିଲିକନ କମ୍ପାନୀର ମାଲିକ ସୁରେଶଚନ୍ଦ୍ର ନାୟକ, ମୁଖ୍ୟ ଦଲାଲ ଅରବିନ୍ଦ ଦାସ ଓ ମୁନା ମହାନ୍ତି, ବିଶ୍ୱରଞ୍ଜନ ବେହେରା, ଶ୍ରୀକାନ୍ତ ମହାରଣା, ଏ. ଅଭିମନ୍ୟୁ ଦୋରା, ପ୍ରିୟଦର୍ଶନୀ ସାମଲ, ସାଗର କୁମାର ଗୌଡ, ଲୋକନାଥ ସାହୁ, ବିଶ୍ଵଜିତ ହରିଚନ୍ଦନ ଓ ତଫିମ ଅହମ୍ମଦ ଖାନଙ୍କୁ ସ୍ଥାନାନ୍ତର କରାଯାଇଛି।