ନୂଆଦିଲ୍ଲୀ: ଭାରତ ଯାତ୍ରାରେ ଆସିଥିବା ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଶୁକ୍ରବାର ସକାଳେ ରାଜଘାଟ ଯାଇ ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ପୁଟିନ ବାପୁଙ୍କ ସମାଧିରେ ମୁଣ୍ଡ ନୁଆଇଁ ପରିକ୍ରମା କରିଛନ୍ତି । ଏହା ସହିତ ଏକ ପୁଷ୍ପ ଚକ୍ର ଚଢାଇ ବାପୁଙ୍କ ପ୍ରତି ନିଜର କୃତଜ୍ଞତା ପ୍ରକଟ କରିଛନ୍ତି । ରାଜଘାଟର ସ୍ମାରିକାରେ ପୁଟିନ ଦସ୍ତଖତ ମଧ୍ୟ କରିଛନ୍ତି । ଏହା ପରେ ରାଷ୍ଟ୍ରପତି ଭାବନରେ ତାଙ୍କୁ ଗାର୍ଡ ଅଫ ଅନର ଦିଆଯାଇଛି । ଏଠାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ପୁଟିନ ସିଧାସଳଖ ହାଇଦ୍ରାବାଦ ହାଉସ ପହଞ୍ଚିଛନ୍ତି । ଏଠାରେ ଦୁଇ ନେତାଙ୍କ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ଦ୍ୱିପାକ୍ଷିକ ଆଲୋଚନା ହେବ ।
ହାଇଦ୍ରାବାଦ ହାଉସରେ ପିଏମ ମୋଦୀ କହିଛନ୍ତି, ଆପଣଙ୍କ ସ୍ୱାଗତ ପାଇଁ ସ୍ୱାଗତ ମିଳିଛି । ଗତକାଲିଠୁ ପ୍ରତିନିଧିମଣ୍ଡଳ ବୈଠକରେ ବ୍ୟସ୍ତ ଅଛନ୍ତି । ଆପଣଙ୍କ ଏହି ଯାତ୍ରା ବହୁତ ଐତିହାସିକ । ୨୦୦୧ରେ ଯେବେ ଆପଣ କାର୍ଯ୍ୟଭାର ସମ୍ଭାଳିଲେ ସେହି ସମୟରେ ଦୁଇ ଦେଶର ସମ୍ବନ୍ଧରେ ଏକ ମଜବୁତ ମୂଳଦୁଆ ପକାଇଥିଲେ ।
ଦ୍ୱିପାକ୍ଷିକ ବାର୍ତ୍ତା ଆଲୋଚନା ହେବା ପୂର୍ବରୁ ପିଏମ ମୋଦୀ କହିଛନ୍ତି, ୨୦୦୧ରେ ଆପଣ ଯେଉଁ ଭୂମିକା ନିର୍ବାହ କରିଛନ୍ତି, ଏହା ଏକ ଦୂରଦର୍ଶୀ ନେତା ଭାବେ ଆପଣଙ୍କୁ ପରିଚୟ ଦେଇଛି । ଏହାର ଏକ ଉତ୍ତମ ଉଦାହରଣ ହେଉଛି ଭାରତ ଓ ରୁଷ ସମ୍ବନ୍ଧ । ୟୁକ୍ରେନ ସଙ୍କଟ ପରେ ଆମ ମଧ୍ୟରେ ଲଗାତାର ଆଲୋଚନା ଚାଲିଛି । ଆପଣ ଏହି ବିଷୟରେ ଆମକୁ ଅବଗତ କରାଇଛନ୍ତି । ସମସ୍ତ କଲ୍ୟାଣ ଶାନ୍ତିର ମାର୍ଗରେ । ଆମ ସମସ୍ତଙ୍କୁ ମିଶି ଶାନ୍ତିର ମାର୍ଗ ବାହାର କରିବାକୁ ପଡିବ । ଗତ ଦିନରେ ଯେଉଁ ପ୍ରୟାସ ଚାଲିଛି ଏଥିରୁ ଆମେ ଶାନ୍ତିର ମାର୍ଗକୁ ଫେରିବୁ ବୋଲି ବିଶ୍ୱାସ ।
Also read: ଭାରତ ଉପରେ ଟ୍ରମ୍ପଙ୍କ ଚାପ ପ୍ରଭାବହୀନ, ପୁଟିନଙ୍କ ସ୍ୱାଗତରେ ରେଡ୍ କାର୍ପେଟ୍ ବିଛାଇଲେ ମୋଦୀ- ବିଦେଶ ମିଡିଆ