ଭୁବନେଶ୍ୱର: ରାଜ୍ୟ ପୁଲିସକୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା। ସଠିକ୍ ଭାବେ ଦାୟିତ୍ବ ନିର୍ବାହ, ପ୍ରତିକୂଳ ପରିସ୍ଥିତିରେ କାମ କରିଥିବାରୁ ପୁଲିସକୁ ଧନ୍ୟବାଦ୍ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ସରକାର କୌଣସି ରାଜନୀତିକ ଚାପର ବଶବର୍ତ୍ତୀ ନହୋଇ କିମ୍ବା ରାଜନୈତିକ ସଂରକ୍ଷଣ ନନେଇ ଆଇନ ଅନୁଯାୟୀ ପଦକ୍ଷେପ ନେଇଛନ୍ତି। ଆଇନଶୃଙ୍ଖଳା ପରିସ୍ଥିତି ସଠିକ୍ ଥିବାରୁ ଏହା ସମ୍ଭବ ହୋଇଛି। ସାମଗ୍ରିକ ଭାବେ ଆଇନ୍ ଶୃଙ୍ଖଳା ନିୟନ୍ତ୍ରଣରେ ଥିବାରୁ ରାଜ୍ୟରେ ପୁଞ୍ଜିନିବେଶ ବଢ଼ୁଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି। ବ୍ୟକ୍ତିଗତ ଭାବେ ପୋଲିସ ପ୍ରଶାସନକୁ ନିର୍ଭୀକ, ନିରପେକ୍ଷ ଏବଂ ଆଇନ ମଧ୍ୟରେ ରହି ଅପରାଧୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦିଆଯାଇଛି ।
ଅନ୍ୟପକ୍ଷରେ ପୋଲିସ କିଭଳି ସଶକ୍ତ ହେବ ସେନେଇ ସମସ୍ତ ଖାଲି ପଦବୀ ପୂରଣ କରିବାକୁ ସରକାର ଚେଷ୍ଟା କରୁଛନ୍ତି। ମାଲକାନଗିରି, ଦେବଗଡ଼ ଏବଂ ସୁବର୍ଣ୍ଣପୁର ଜିଲାରେ ସ୍ବତନ୍ତ୍ର ଫାଷ୍ଟ ଟ୍ରାକ ପୋକ୍ସୋ କୋର୍ଟ ପ୍ରତିଷ୍ଠା ପାଇଁ ସରକାର ପ୍ରସ୍ତାବ ଦେଇଛନ୍ତି। ଖୁବ ଶୀଘ୍ର ଏହା ଅନୁମୋଦନ ପ୍ରାପ୍ତ ହେବ। ନୂତନ ଫୌଜଦାରୀ ଆଇନ କାର୍ଯ୍ୟକାରୀ ହେବା ପରେ ୨୦୨୪ ଜୁଲାଇ ୧ରୁ ଭାରତୀୟ ନ୍ୟାୟ ସଂହିତା ଅଧୀନରେ ୩୯ଟି ମାମଲାରେ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇ ୭ ବର୍ଷରୁ ଅଧିକ ଦଣ୍ଡ ବିଧାନ କରାଯାଇ ଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ।
ସେପଟେ ବିରୋଧୀଙ୍କ ଅଭିଯୋଗର ଜବାବ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ଆମ ସରକାରଙ୍କ ପାଇଁ ଅପରାଧୀ କେବଳ ଗୋଟିଏ ପରିଚୟ। ଆଇନ୍ ଆଗରେ ସମସ୍ତେ ସମାନ। ଅପରାଧୀ ଯେତେ ପ୍ରଭାବଶାଳୀ ହେଲେ ବି ତା’ର ଠିକଣା ହେଉଛି ଜେଲ୍ରେ। ସାମଗ୍ରିକ ଭାବେ ଆଇନ୍ ଶୃଙ୍ଖଳା ନିୟନ୍ତ୍ରଣରେ ଥିବାରୁ ରାଜ୍ୟରେ ପୁଞ୍ଜିନିବେଶ ବଢ଼ୁଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି। ପୁଲିସର ଆଗୁଆ ପଦକ୍ଷେପ ପାଇଁ ଅନେକ ଘଟଣାକୁ ପ୍ରତିହତ କରାଯାଇପାରିଛି। ମହିଳା ହିଂସା ଘଟଣା କିପରି ନଘଟିବ ସେନେଇ ସରକାର ଯତ୍ନବାନ ଅଛନ୍ତି ।
ଅଧିକ ପଢନ୍ତୁ: ସାମ୍ବାଦିକମାନଙ୍କୁ ମିଳିବ କି ପେନସନ୍? ବିଜେପି ବିଧାୟକ ସିଦ୍ଧାନ୍ତ ମହାପାତ୍ରଙ୍କ ପ୍ରଶ୍ନର ଉତ୍ତରରେ କଣ କହିଲେ ମୁଖ୍ୟମନ୍ତ୍ରୀ