ଛେଳି ଚୋରି କରି ଭୋଜି କରିବା ପଡ଼ିଲା ମହଙ୍ଗା, ଏଏସ୍ଆଇ ସସପେଣ୍ଡ ଭୁବନେଶ୍ୱର ,ଜାନୁଆରୀ ୧(ଖବର ଓଡ଼ିଶା): Share story: ବଲାଙ୍ଗିର ଜିଲ୍ଲାରେ ଚୋରି ଅଭିଯୋଗ ହୋଇଛି । ପୋଲିସ୍ ଏଏସ୍ଆଇ ସସପେଣ୍ଡ ହୋଇଥିବା ଖବର ବର୍ତ୍ତମାନ ସାମ୍ନାକୁ ଆସିଛି । ଏହି ଘଟଣାରେ ସିନ୍ଧେକେଲା ଥାନା ଏଏସ୍ଆଇ ସୁମନ ମଲ୍ଲିକ ସସପେଣ୍ଡ ହୋଇଛନ୍ତି । ଏଏସ୍ଆଇ ସୁମନ ମଲ୍ଲିକଙ୍କୁ ସସପେଣ୍ଡ୍ କରିଛନ୍ତି ବଲାଙ୍ଗିର ଏସପି । ଛେଳି ଚୋରି କରି ଭୋଜି କରିବା ଅଭିଯୋଗରେ କାର୍ଯ୍ୟାନୁଷ୍ଠାନ ହୋଇଛି । କାଲି ସ୍ଥାନୀୟ ଲୋକେ ଏହି ମାମଲାରେ ସିନ୍ଧେକେଲା ଥାନା ଘେରାଉ କରିଥିଲେ । ଖବର ଓଡ଼ିଶା, Reporter, 01/01/2022