ରାଜ୍ୟରେ ଗଞ୍ଜେଇ ଚାଲାଣ ସୀମା ପାର କରିଲାଣି । ନିର୍ଭୟରେ ଗଞ୍ଜେଇ ଚାଲାଣ କରୁଛନ୍ତି ଗଞ୍ଜେଇ ମାଫିଆ । ସୂଚନା ଅନୁସାରେ, ନୟାଗଡ଼ ଜିଲ୍ଲାରେ କାରରେ ଗଞ୍ଜେଇ ଚାଲାଣ ସମୟରେ କାରକୁ ଜବତ କରିଛି ପୋଲିସ । ଜବତ କରି ସାରିବା ପରେ କାରରୁ ଗୋଟିଏ ବସ୍ତା ଓ ତିନିଟି ବ୍ୟାଗରେ ପୁଳା ପୁଳା ଗଞ୍ଜେଇ ବାହାରିଥିଲା । ସବୁଠୁ ବଡ଼ ଆଶ୍ଚର୍ଯ୍ୟର କଥା ହେଉଛି , ଜଣେ ମହିଳା କାରରେ ଗଞ୍ଜେଇ ଚାଲାଣ କରୁଥିଲା ବୋଲି ପୋଲିସ ସୂତ୍ରରୁ ସୂଚନା ମିଳିଛି । ମହିଳା ଜଣକ କାରରେ ଗଞ୍ଜେଇ ଚାଲାଣ କରିବାର ଖବର ପୋଲିସ କୌଣସି ସୂତ୍ରରୁ ପାଇଥିଲା । ମହିଳା ଜଣକଫୁଲବାଣୀରୁ ଭୁବନେଶ୍ୱର ଅଭିମୁଖେ ଗଞ୍ଜେଇ ନେଇ ଆସୁଥିବା ଖବର ପୋଲିସ ପାଇଥିଲା । ପୋଲିସ ଉକ୍ତ କାରକୁ ଧରିବା ପାଇଁ ଚେଷ୍ଟା କରିଥିଲା । ପୋଲିସ ଗଞ୍ଜେଇ ବୋଝେଇ କାରକୁ ଧରିବା ପାଇଁ ସଫଳ ହୋଇଥିଲା । ଘଟଣାସ୍ଥଳରେ ପୋଲିସ କାରକୁ ଜବତ କରିବା ସହିତ ଘଟଣାର ତଦନ୍ତ ଆରମ୍ଭ କରୁଛି । କାର ଚାଳକ ଜଣକ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ସୂଚନା ମିଳିଛି ।
ଆଗକୁ ପଢ଼ନ୍ତୁ : ଅସଂଯତ ଅବସ୍ଥାରେ ସେକ୍ସ ରାକେଟ ଠାବ କଲା ବଲାଙ୍ଗୀର ପୋଲିସ