ଆକ୍ସନ ମୋଡ଼ରେ ବାଲାଙ୍ଗୀର ଟାଉନ ଥାନା ପୋଲିସ। ସହର ଭିତରେ ଚାଲିଥିବା ସେକ୍ସ ରାକେଟର ପର୍ଦାଫାଶ କରିଛି ବାଲାଙ୍ଗୀର ପୋଲିସ । ତେବେ ସହରର ୨୧ ନମ୍ବର ୱାର୍ଡ଼ ଖର୍ଷେଲ ପଡାର ଏକ ଘରେ ଦୀର୍ଘ ମାସ ଧରି ସେକ୍ସ ରାକେଟ କାରବାର ଚାଲୁଥିବା ସୂଚନା ପାଇଥିଲା ପୋଲିସ। ଖବର ପାଇ ଏସ୍ଡିପିଓ ପ୍ରଦୀପ କୁମାର ସାହୁଙ୍କ ନେତୃତ୍ୱରେ ଟାଉନଥାନା ଆଇଆଇସି ବିଶ୍ୱଜିତ ମୋନବୋଧ ଓ ଅନ୍ୟ ଅଧିକାରୀଙ୍କ ସହିତ ଲକ୍ଷ୍ମୀଜୋର ଥାନା ପୋଲିସ ମିଳିତ ଭାବରେ ଚଢ଼ାଉ କରିଥିଲା। ତେବେ ଘର ଭିତରେ ଅସଂଯତ ଅବସ୍ଥାରେ ୪ ଜଣ ଯୁବତୀଙ୍କୁ ଉଦ୍ଧାର କରିବା ସହ ୪ ଜଣ ଯୁବକଙ୍କୁ ଅଟକ ରଖିଛି ପୋଲିସ। ବଲାଙ୍ଗୀର ସହରରେ ରାଜ୍ୟ ତଥା ରାଜ୍ୟ ବାହାରୁ ଯୁବତୀଙ୍କୁ ଆଣି ଦେହ ବ୍ୟବସାୟ କରୁଥିବା ଅଭିଯୋଗ ହେଉଥିବାବେଳେ ଏହି ରାକେଟରୁ ତାହା ସ୍ପଷ୍ଟ ହୋଇଛି।
ଅଧିକ ପଢନ୍ତୁ : ଜୁଆ ଆଡ୍ଡାକୁ ଚଢଉ କରିଛି ପୋଲିସ