ଗଜପତି : ଜିଲ୍ଲା ସଂସ୍କୃତି ପରିଷଦ ଦ୍ୱାରା ଗଜପତି ଜିଲ୍ଲାରେ ଦ୍ୱାରା ଆୟୋଜିତ ହେଉଛି ଗଜପତି ଉତ୍ସବ । ଆଜି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ଠାରେ ଗଜପତି ଉତ୍ସବର ପୋଷ୍ଟର ଉନ୍ମଚନ ହୋଇଯାଇଛି । ଜିଲ୍ଲାପାଳ ଶ୍ରୀଯୁକ୍ତ ବିଜୟ କୁମାର ଦାଶଙ୍କ ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମଟି ଅନୁଷ୍ଠିତ ହୋଇଛି । ଏହି କାର୍ଯ୍ୟକ୍ରମରେ ଡ଼ା.ଗୁଣନିଧି ନାୟକ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଗଜପତି, ଶ୍ରୀ ରାଜେନ୍ଦ୍ର ମିଞ୍ଜ, ଅତିରିକ୍ତ ଜିଲ୍ଲାପାଳ ଗଜପତି, ଶ୍ରୀ ଅନୁପ ପଣ୍ଡା, ଉପଜିଲ୍ଲାପାଳ ପାରଳାଖେମୁଣ୍ଡି, ଶ୍ରୀ ଅଂଶୁମାନ ମହାପାତ୍ର, ପ୍ରକଳ୍ପ ପ୍ରଶାସକ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ପାରଳାଖେମୁଣ୍ଡି, ଶ୍ରୀ ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର,ପାରଳାଖେମୁଣ୍ଡି ତହସିଲଦାର,ସୁଶ୍ରୀ ଅର୍ଚ୍ଚନା କୁମାରୀ ମଙ୍ଗରାଜ ଏବଂ ଗଜପତି ଉତ୍ସବ ପାଳନ କମିଟି ଅଧ୍ୟକ୍ଷ ଓ ସଂଯୋଜକ ଉପସ୍ଥିତ ଥିଲେ।
ଏହି ପୋଷ୍ଟର ମାଧ୍ୟମରେ ଜିଲ୍ଲାର ଜନସାଧାରଣଙ୍କୁ ଗଜପତି ଉତ୍ସବ ନିମନ୍ତେ ସଚେତନତା କରାଯିବ। ସେହିପରି ଗଜପତି ଉତ୍ସବ ପାଳନ ନିମନ୍ତେ ଏକ ସଚେତନତା ରଥକୁ ମଧ୍ୟ ଜିଲ୍ଲାପାଳ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଏହି ରଥ ଜିଲ୍ଲାର ସମସ୍ତ ବ୍ଲକ୍ ସ୍ତରରେ ଗସ୍ତ କରି ଗଜପତି ଉତ୍ସବ ଓ ରାଜ୍ୟସ୍ତରୀୟ ପଲ୍ଲୀଶ୍ରୀ ମେଳା ଉପଲକ୍ଷେ ସଚେତନତା ସୃଷ୍ଟି କରିବ। ଆସନ୍ତା ଡ଼ିସେମ୍ବର ୧୮ ତାରିଖ ଠାରୁ ଆରମ୍ଭ ହୋଇ ୨୨ ତାରିଖ ପର୍ଯ୍ୟନ୍ତ ପାଞ୍ଚ ଦିନ ଧରି ସ୍ଥାନୀୟ ଗଜପତି ଷ୍ଟାଡିୟମ୍ ଠାରେ ଗଜପତି ମହୋତ୍ସବ ମହା ଆଡ଼ମ୍ବରରେ ଅନୁଷ୍ଠିତ ହେବାକୁ ଯାଉଅଛି। ଜିଲ୍ଲାର ଲୋକ କଳା,ସଂସ୍କୃତି, ସାହିତ୍ୟ,ପରମ୍ପରା ଓ ଭାଇଚାରାର ମାଟି ଗଜପତିରେ ଅନୁଷ୍ଠିତ ହେବ । ସେହିପରି ରାଜ୍ୟସ୍ତରୀୟ ପଲ୍ଲୀଶ୍ରୀ ମେଳା ଓ ଗଜପତି ମହୋତ୍ସବରେ ଜିଲ୍ଲା,ରାଜ୍ୟ ତଥା ରାଜ୍ୟ ବାହାରୁ ଅନେକ କଳାକାର ପ୍ରଦର୍ଶନ କରିବେ ।
ଏତଦ୍ ବ୍ୟତୀତ ଜିଲ୍ଲାରେ ଉତ୍ପାଦିତ କୁଟୀର ଶିଳ୍ପ ସାମଗ୍ରୀ, କୃଷି ଜାତ ଦ୍ରବ୍ୟ, ହସ୍ତତନ୍ତ ସାମଗ୍ରୀ ଓ ସଉରା ଚିତ୍ରକଳା ସମେତ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଆସୁଥିବା ସ୍ଵୟଂ ସହାୟକ ଗୋଷ୍ଠୀ ଦ୍ୱାରା ପ୍ରସ୍ତୁତି ସାମଗ୍ରୀ ଗୁଡିକର ବିକ୍ରି ଓ ପ୍ରଦର୍ଶନୀ କରାଯିବ।