ଭିଜିଲାନ୍ସ ଜାଲରେ ଧରାପଡ଼ିଲେ ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ସୁନାରିସିକୁଆଁ ପଞ୍ଚାୟତର ଜିଆରଏସ କମଳାକାନ୍ତ ପ୍ରଧାନ । ୧୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରା ପଡିଛନ୍ତି ପଞ୍ଚାୟତ ଜିଆରଏସ ଓ ଅନ୍ୟ ଜଣେ ସହଯୋଗୀ । ସହଯୋଗୀ ଜଣକ ସୁନାରିସିକୁଆଁ ପଞ୍ଚାୟତର ବାସିନ୍ଦା ଅଟନ୍ତି ।
ସୂଚନା ଅନୁଯାୟୀ ଏମ୍ଜିଏନ୍ଆରଇଜି ଯୋଜନାର କିଛି ହିତାଧିକାରୀଙ୍କ ନାଁ ମଷ୍ଟର ରୋଲରେ ଚଢ଼ାଇବା ଓ ବକେୟା ଟଙ୍କା ପ୍ରଦାନ କରିବା ପାଇଁ ଜିଆରଏସ୍ ଲାଞ୍ଚ ମାଗିଥିଲେ । ସେ ଏହି ସହଯୋଗୀଙ୍କ ମାଧ୍ୟମରେ ମାଗିଥିଲେ। ଆଜି ଜଣେ ଅଭିଯୋଗକାରୀଙ୍କ ଠାରୁ ମଧ୍ୟ ସେ ନିଜ ସହଯୋଗୀଙ୍କ ମାଧ୍ୟମରେ ସେ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଅଧିକାରୀଙ୍କ ଦ୍ୱାରା ଧରାପଡ଼ିଥିଲେ। ସମସ୍ତ ଲାଞ୍ଚ ଅର୍ଥ କମଳାକାନ୍ତ ପ୍ରଧାନଙ୍କ ଠାରୁ ଜବତ କରିଛନ୍ତି ଭିଜିଲାନ୍ସ ଅଧିକାରୀ।