ବ୍ୟାଙ୍କ ଋଣ ସୁଝି ପାରିଲେନି ସାଂସଦ ଅନୁଭବନ ମହାନ୍ତିଙ୍କ ଭାଇ ଅନୁପ୍ରାସ୍ ମହାନ୍ତି । ଅନୁପ୍ରାସଙ୍କ ଜମି ଦଖଲ କଲା ବ୍ୟାଙ୍କ । ଋଣ ଖିଲାପ ନେଇ କଟକ ସେଲଟର ଛକ ସ୍ଥିତ ଜମି ଦଖଲ କଲା ଅର୍ବାନ ବ୍ୟାଙ୍କ । କଟକ ସେଲଟର ଛକ ସ୍ଥିତ ନେତାଜୀ ନଗରରେ ଥିବା ଏକ ଜମିକୁ ନିଜ ଅକ୍ତିଆରକୁ ନେଇଛି ବ୍ୟାଙ୍କ ।
ସୂଚନା ଅନୁଯାୟୀ ୨୦୧୩ ମସିହା ଅକ୍ଟୋବର ୮ ତାରିଖରେ ଗଣ୍ଡରପୁର ଅର୍ବାନ ବ୍ୟାଙ୍କ ବ୍ରାଞ୍ଚରୁ ଅନୁପ୍ରାସ ୫୬ ଲକ୍ଷ ଟଙ୍କା ଋଣ ନେଇଥିଲେ। ଏଥିପାଇଁ ସେ ସେହି ଜମିକୁ ବନ୍ଧା ପକାଇଥିଲେ। ହେଲେ ପରବର୍ତ୍ତୀ ସମୟରେ କିସ୍ତି ଟଙ୍କା ଜମା କରୁଥିଲେ ଅନୁପ୍ରାସ। ଏପରିକି ମୂଳ ଟଙ୍କା ଫେରାଉନଥିଲେ। ଯେଉଁଥିପାଇଁ ବ୍ୟାଙ୍କ ବାରମ୍ବାର ନୋଟିସ୍ କରୁଥିଲେ। ତା’ ପରେ ମଧ୍ୟ ସେ ଟଙ୍କା ପୈଠ କରୁନଥିଲେ। ଅନୁପ୍ରାସ ଟଙ୍କା ଫେରାଉ ନଥିବାରୁ ବ୍ୟାଙ୍କ କର୍ତ୍ତୃପକ୍ଷ ଆଜି ସଂପୃକ୍ତ ଜମିକୁ ଦଖଲକୁ ନେଇଛନ୍ତି । ଆଜି ଜମି ଦଖଲକୁ ନେଇ ଆଜି ପୂର୍ବାହ୍ନରେ ତୁମ୍ବିତୋଫାନ ହୋଇଥିଲା । ଜମି ଅନୁପ୍ରାସଙ୍କର ନୁହେଁ ବୋଲି କହି ବିରୋଧ କରିଥିଲେ ସ୍ଥାନୀୟ ଲୋକ । ଶେଷରେ ପୋଲିସ ହସ୍ତକ୍ଷେପ ପରେ ଜମି ବ୍ୟାଙ୍କ ଦଖଲକୁ ନେଇଥିବା ସୂଚନା ମିଳିଛି ।