ଭୁବନେଶ୍ୱର : ରାଜ୍ୟରେ ପାଗ ପରିବର୍ତ୍ତନ। ସକାଳୁ ସକାଳୁ କୁହୁଡି ସାଙ୍ଗକୁ କୋହଲା ପାଗ। ପ୍ରାୟ ଦିନ ୯ ଟାରୁ ହିଁ ଅସହ୍ୟ ତାତି ଅନୁଭୂତ ହେଉଛି। ତେବେ ଫେବୃଆରୀ ମାସ ନସରୁଣୁ କଲବଲ କଲାଣି ଖରା। ଅସହ୍ୟ ତାତି ଲୋକଙ୍କୁ କଲବଳ କରିବା ଆରମ୍ଭ କଲାଣି। ଯାହା ଏବେ ଚିନ୍ତାର କାରଣ ପାଲଟିଲାଣି। ଏପରିକି ଚଳିତ ବର୍ଷ ପାଇଁ ରାଜ୍ୟରେ ପ୍ରଥମ ଥର ଦିନ ତାପମାତ୍ରା ୩୭ ଡିଗ୍ରୀ ସେଲସିୟସ୍ ଛୁଇଁଛି। ତେବେ ଆସନ୍ତା ୨ ଦିନ ରାତିରେ ପାରଦ ୫ ଡିଗ୍ରୀ ତଳକୁ ଖସିଯିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଏହାଫଳରେ କିଛି ସ୍ଥାନରେ ସାମାନ୍ୟ ଶୀତ ଅନୁଭବ ହେବାର ସମ୍ଭାବନା ସୃଷ୍ଟି ହୋଇଛି।
ଅଧିକ ପଢନ୍ତୁ : ମାଡି ଆସୁଛି କି ବିପତ୍ତି: ଭାଙ୍ଗିଗଲା ଶ୍ରୀମନ୍ଦିର ଅକ୍ଷୟ ଦଣ୍ଡ