ରାଜଧାନୀ ଭୁବନେଶ୍ୱରରେ ବନ୍ୟା, ରାସ୍ତାରେ ଲହଡ଼ି ମାରୁଛି ବନ୍ୟା ପାଣି ଭୁବନେଶ୍ୱର,ଅଗଷ୍ଟ ୧୭(ଖବର ଓଡିଶା): Share story: ରାଜଧାନୀ ଭୁବନେଶ୍ୱରରେ ବନ୍ୟା। ଭୁବନେଶ୍ୱର ଉପକଣ୍ଠ ସୁନ୍ଦରପଦା ଅଞ୍ଚଳରେ ଦୟାନଦୀର ପଛୁଆ ପାଣି ପଶି ଯାଇଛି। ରାସ୍ତାରେ ୩ ଫୁଟ ଉଚ୍ଚର ବନ୍ୟା ଜଳ ପ୍ରବାହିତ ହେଉଛି। ଏଥିପାଇଁ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବନ୍ୟା ପାଣିରେ ପଶି ଲୋକମାନେ ଯାତାୟାତ ହେଉଛନ୍ତି। ଫସି ରହିଥିବା ଲୋକମାନଙ୍କୁ ଓଡ୍ରାଫ୍ ଟିମ୍ ପକ୍ଷରୁ ଉଦ୍ଧାର କରାଯାଇଛି। ଏହାସହିତ ବାଘମାରିରେ ବୁଡ଼ିଲା ଜାତୀୟ ରାଜପଥ। ଖୋର୍ଦ୍ଧା-ବଲାଙ୍ଗିର ଏନଏଚ -୫୭ ବାଘମାରିଠାରେ ବୁଡ଼ିଛି। ମହାନଦୀର ଶାଖା ନଦୀ ଋଣ ନଦୀର ପାଣି ରାସ୍ତା ଉପରେ ପ୍ରବାହିତ ହେଉଛି।ଫଳରେ ଯାତାୟାତ ବାଧାପ୍ରାପ୍ତ ହୋଇଛି। ଅଟ୍ରି ଉଷ୍ଣ ପ୍ରସବଣ ଭିତରେ ବି ୫ ଫୁଟ୍ର ବନ୍ୟାଜଳ ପଶିଛି। ଖବର ଓଡ଼ିଶା, Reporter, 17/08/2022