ବାଣୀବିହାର ମେଟ୍ରୋ ଟାୱାରରେ ଅଗ୍ନିକାଣ୍ଡ। ଗତକାଲି ରାତିରେ ମେଟ୍ରୋ ଟାୱାରର ୫ମ ମହଲାରେ ଲାଗିଲା ନିଆଁ । ସଟ ସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ହୋଇଥିଲା ଏବଂ ନିଆଁ ଲାଗିବା ପରେ ଚାରିଆଡେ ଧୂଆଁ ହୋଇଯାଇଥିଲା। ଏହାରି ଭିତରେ ଦୁଇ ଜଣ ନାବାଳକ ଫସି ରହିଯାଇଥିଲେ। ମଞ୍ଚେଶ୍ୱର ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଦୁଇ ନାବାଳକଙ୍କୁ ଉଦ୍ଧାର କରିଛି ।
ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ବାଣୀବିହାର ମେଟ୍ରୋ ଟାୱାରରେ ଅଗ୍ନିକାଣ୍ଡ। ବାଣୀବିହାର ସ୍ଥିତ ମେଟ୍ରୋ ଟାଓ୍ୱାରର ପଞ୍ଚମ ମହଲାରେ ଥିବା ଏକ ଅଫିସରେ ନିଆଁ ଲାଗିଥିଲା। ଅଫିସର ଡିଜାଇନ୍ ପାଇଁ ପ୍ଲାଏ କାମ ଚାଲୁଥିଲା ଏବଂ ରାତି ହେବାରୁ ମିସ୍ତ୍ରୀ ଚାଲିଯାଇଥିଲା । ବାକି ଦୁଇ ଜଣ ହେଲ୍ପର ଭାବେ କାମ କରୁଥିବା ପିଲା ସେଠାରେ ରହିଯାଇଥିଲେ। ଦୁଇ ଜଣ ପିଲା ଶୋଇଥିବା ସମୟରେ ନିଆଁ ଲାଗିବା ସହ ଅଫିସ ଚାମ୍ବର ଭିତରେ ଧୂଆଁ ବ୍ୟାପିଥିଲା। ଏହାପରେ ୧୧୨କୁ କଲ୍ କରି ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ମଞ୍ଚେଶ୍ୱର ଅଗ୍ନିଶମ ବାହିନୀ ପହଞ୍ଚି ଦୁଇ ନାବାଳକଙ୍କୁ ଉଦ୍ଧାର କରିଥିଲେ। ତେବେ ଉଦ୍ଧାର ଦୁଇ ଜଣ ପିଲା ପଶ୍ଚିମବଙ୍ଗର ବୋଲି ଜଣାପଡିଛି ।
ଅଧିକ ପଢନ୍ତୁ ; ହାତୀ ଆକ୍ରମଣରେ ଜଣେ ମୃତ ୨ ଗୁରୁତର