ଆଗକୁ ଆସୁଛି ବାହାଘର ସିଜିନ। ଲୋକମାନେ ସୁନା କିଣିବା ପାଇଁ ବେଶ ଉତ୍ସାହ ଅଛନ୍ତି । ସୁନା ଦର ଜାଣିବା ପାଇଁ ଇଚ୍ଛୁକ ମଧ୍ୟ ଅଛନ୍ତି । ତେବେ ପ୍ରତିଦିନ ସୁନା ଦରରେ ପରିବର୍ତ୍ତନ ଦେଖିବାକୁ ମିଳୁଥିବା ବେଳେ ଗ୍ରାହକ ଚିନ୍ତାରେ ପଡିଗଲେଣି । ଏଇ କିଛି ଦିନ ହେଲା ସୁନା ଦର ଆକାଶ ଛୁଆଁ ରହୁଛି । ତେବେ ଆଜି ସୁନା ଦର କେତେ ଅଛି ଆସନ୍ତୁ ଜାଣିବା।
ଆଜି ଭୁବନେଶ୍ୱରରେ ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୭୪,୨୪୦ ଟଙ୍କା ରହିଛି । ସେହିପରି ୨୨ କ୍ୟାରେଟ୍ ସୁନାର ମୂଲ୍ୟ ଆଜି ୧୦ ଗ୍ରାମ ପିଛା ୬୬,୨୫୦ ଟଙ୍କା ରହିଛି । ୨୨ କ୍ୟାରେଟ୍ ସୁନାର ମୂଲ୍ୟ ୧ଗ୍ରାମ୍ ପିଛା ୬,୬୨୫ ଟଙ୍କା ହୋଇଥିବା ବେଳେ ୮ଗ୍ରାମ ପିଛା ୫୩,୦୦୦ ଟଙ୍କା ରହିଛି । କଟକରେ ମଧ୍ୟ ସୁନା ଦରରେ ପରିବର୍ତ୍ତନ ଦେଖିବାକୁ ମିଳିଛି । ୨୨ କ୍ୟାରେଟ୍ ସୁନାର ମୂଲ୍ୟ ଗ୍ରାମ ପିଛା ୬,୬୨୫ ଟଙ୍କା ହୋଇଥିବାବେଳେ ୮ ଗ୍ରାମ୍ ପିଛା ୫୩,୦୦୦ ଟଙ୍କା ରହିଛି । ଏହାଛଡା ଶୁଦ୍ଧ ରୂପା ୧ ଗ୍ରାମ୍ ପିଛା ୮୬ ରହିଥିବା ବେଳେ ୮ ଗ୍ରାମ୍ ପିଛା ୬୮୮ ଗ୍ରାମ ୧୦୦ପିଛା ୮,୬୦୦ ଓ ୧ କେଜି ପିଛା ୮୬,୦୦୦ ଟଙ୍କା ରହିଛି।
ଅଧିକା ପଢନ୍ତୁ: କୋଟିଏ ଟଙ୍କାର ଗଂଜେଇ ଜବତ