କୋଟିଏ ଟଙ୍କାର ଗଂଜେଇ ଜବତ 25/04/2024 Share story: ଗଜପତି ଜିଲ୍ଲା ମୋହନା ଥାନା କମଳାପୁର ପୋଲିସକୁ ଏକ ବଡ ସଫଳତା ମିଳିଛି । ଏକ ପିକଅପ ଭ୍ୟାନରେ ପ୍ରାୟ ୧ କୋଟି ଟଙ୍କାର ଗଂଜେଇ ଚାଲାଣ କରାଯାଉଥିବା ବେଳେ ପୋଲିସ ହାତରେ ଧରା ପଡିଛି । ସୂଚନା ଅନୁସାରେ ସୋର କମଳାପୁର ଗେଟ ନିକଟରୁ ପ୍ରାୟ ୧୦ କ୍ୱିଣ୍ଟାଲ ଗଂଜେଇ ହୋଇଥିବା ବେଳେ ଏହି ଗଂଜେଇ ଗଜପତିରୁ ଗଂଜାମ ଚାଲାଣ ହେଉଥିଲା ବୋଲି ଜଣାପଡିଛି । ଏବଂ ଜବତ ଗଂଜେଇର ମୂଲ୍ୟ ପ୍ରାୟ ୫୦ ଲକ୍ଷରୁ ଉର୍ଦ୍ଧ୍ୱ ବୋଲି ଜଣାପଡିଛି । ଏହି ଘଟଣାରେ ପୋଲିସ ଦୁଇ ଜଣଙ୍କୁ ଗିରଫ କରିଛି । ଅଭିଯୁକ୍ତ ଦୁଇ ଜଣ ଦିଗପହଣ୍ଡି ଥାନା ଡୁଡଙ୍ଗପୁର ଗ୍ରାମର ହେମନ୍ତ ସ୍ୱାଇଁ ଏବଂ ମୋହନା ଥାନା ଚଢେୟାପଦା ଗ୍ରାମର ରମେଶ ସୁଆଲସିଂଙ୍କୁ ଗିରଫ କରିଛି । ଏବଂ ଅଭିଯୁକ୍ତ ମାନଙ୍କ ଠାରୁ ନଗଦ ୩୫ ହଜାର ଟଙ୍କା ସହ ମୋବାଇଲ ଜବତ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି । ganja seized Henilprava Swain, Author, 25/04/2024