ଓଦା ଓ ଶୁଖିଲା ପଦ୍ଧତିରେ ଧାନ ଚାଷ ପାଇଁ ଚାଷୀ ଙ୍କ ପରାମର୍ଶ ଦାତା ଶିବିର । ସୁଚନା ଅନୁଯୟୀ ମିଟିଲାବ ସଙ୍ଗଠନ ପକ୍ଷରୁ ଈଶ୍ୱର ସଂସ୍ଥାର ମିଳିତ ସହଯୋଗରେ ବାଲେଶ୍ବର ଜିଲ୍ଲା ଜଳେଶ୍ଵରର ଖୁସି ପ୍ଲାଜା ଠାରେ ଏହି ଚାଷୀ ବୈଠକ ଅନୁଷ୍ଠିତ ହୋଇଥିଲ। ଈଶ୍ୱର ସଂସ୍ଥାର ମୂଖ୍ୟ କାର୍ଯ୍ୟ ନିର୍ଭାଇ ଅଧିକାରୀ ପୀୟୂଷ ମିଶ୍ର ଓ ବସ୍ତା ପଂଚାୟତ ସମିତି ଅଧକ୍ଷ ଭାବେ ଦିଲ୍ଲିପ ଦାସ୍ ମହାପାତ୍ର, କୃଷି ଜିଲ୍ଲା ଅଧିକାରୀ ରାଜୀବ ଲୋଚନ ବେହେରା , ସରକାରୀ ଯନ୍ତ୍ରୀ ଉଠା ଜଳସେଚନ ଅଧିକାରୀ ସନ୍ତୋଷ କୁମାର୍ ଦାସ୍, ନିର୍ଦ୍ଦେଶକ ସାମାଜିକ ସଙ୍ଗଠନ "ବିଶ୍ୱାସ"ର ନିର୍ଦ୍ଦେଶକ ସଂଗ୍ରାମ କେଶରୀ ପରିଡା ଉପସ୍ଥିତ ଥିଲେ। ଏବଂ ଏହି ବୈଠକରେ ଜଳବାୟୁ ପରିବର୍ତ୍ତନରେ ଜଳର ବ୍ୟବହାର , ଭୂଜଳ ସଂରକ୍ଷଣ, ଚାଷ ପଦ୍ଧତିର ପରିବର୍ତନ ମାଧ୍ୟମରେ ଦୀର୍ଘସ୍ଥାୟୀ ଧାନ ଚାଷ ଉପରେ ଆଲୋଚନା ହୋଇଥିଲା। ଚାଷୀ ଜଳ ବାୟୁ ପରିବର୍ତ୍ତନ ଚାଷର କୁପ୍ରଭାବ ଉପରେ ଆଲୋଚନା ହୋଇଥିଲା। ତେଣୁ କିପରି ଭାବରେ କମ ପାଣି ଓ କମ୍ ଖର୍ଚ୍ଚ ରେ ଧାନ ଅମଳ କରିହେବ ସେ ନେଇ ଚାଷୀଙ୍କୁ ପରାମର୍ଶ ଦେଇଥିଲେ। ଏବଂ ମିଟିଲାବ ସଙ୍ଗଠନ ପକ୍ଷରୁ ବିଭିନ୍ନ ସଦସ୍ୟ ଉପସ୍ଥିତ ଥିଲେ। ଏହି ଚାଷୀ ପରାମର୍ଶ ଶିବିରରେ ଦୁଇ ଶହ ଚାଷୀ ସହିତ ବହୁ ପଂଚାୟତର ସରପଞ୍ଚ ଓ ସମିତି ସଭ୍ୟ ଯୋଗ ଦେଇଥିଲେ।