ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଉପଲକ୍ଷେ ଟିଟିଲାଗଡ଼ ହାଇସ୍କୁଲ ପଡା ଠାରେ ପ୍ରତିଷ୍ଠା ହେଲା ଶିବଦୂର୍ଗା ମନ୍ଦିର। ମନ୍ଦିରର ପ୍ରତିଷ୍ଠା ସମ୍ପୂର୍ଣ ରୀତି ନୀତି ସହିତ ବହୁ ଧୁମ୍ ଧାମରେ ହୋଇଛି। ଶତାଧିକ ଶ୍ରଦ୍ଧାଳୁ ଭକ୍ତମାନେ ବହୁ ଦୁର ଦୁରାନ୍ତରୁ ଆସି ଶିବଦୂର୍ଗା ମନ୍ଦିରର ପ୍ରତିଷ୍ଠା ଉତ୍ସବରେ ଯୋଗ ଦେଇ ଭଗବାନଙ୍କ ଆଶିର୍ବାଦ ଲାଭ କରିଛନ୍ତି। ଶଙ୍ଖ, ହୁଳହୁଳି ଶବ୍ଦରେ ଗୁଂଜରିତ ହେଉଛି ଟିଟିଲାଗଡ଼ର ହାଇସ୍କୁଲ ପଡା ସାହି।
୧୯୯୮ ମସିହା ଆଶ୍ଵିନ ମାସରେ ମା' ଦୁର୍ଗାଙ୍କ ନବରାତ୍ର ସମୟରେ ହାଇସ୍କୁଲ ପଡ଼ା ନିବାସୀ କୃଷ୍ଣ ସାହୁଙ୍କ ଧର୍ମ ପତ୍ନୀ ବିମଳା ସାହୁଙ୍କ ଦେହରେ ମା' ଚଣ୍ଡୀ ପ୍ରବେଶ କରିଥିଲେ। ସେହି ସମୟରେ ଅନେକ ଭକ୍ତ ମାନେ ମନସ୍କାମନା ରଖି ମା'ଙ୍କୁ ଦର୍ଶନ କରିବାକୁ ଆସିଥିଲେ। ଏପରିକି ମା'ଙ୍କ ନିକଟରେ କରିଥିବା ସେମାନଙ୍କର ମନସ୍କାମନା ପୂରଣ ହୋଇଥିଲା। ଏହାପରେ ସମୟ କ୍ରମେ ଧୀରେ ଧୀରେ ମା' ଚଣ୍ଡୀଙ୍କ ଆଶିଷ ଲଭିବା ପାଇଁ ଭକ୍ତ ଶ୍ରଦ୍ଧାଳୁମାନଙ୍କ ସଂଖ୍ୟା ବଢ଼ିବାକୁ ଲାଗିଲା। ତେଣୁ ସମସ୍ତ ଭକ୍ତମାନେ ଚିନ୍ତା କଲେ କି ସେ ମା'ଙ୍କ ପାଇଁ ନୂତନ ମନ୍ଦିରର ପ୍ରତିଷ୍ଠା କରିବେ। ଏଥିପାଇଁ ସମସ୍ତ ଭକ୍ତମାନେ କିଛି କିଛି ଟଙ୍କା ଅନୁଦାନ ଦେଇ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଅବସରରେ ଶିବଦୂର୍ଗାଙ୍କର ନବନିର୍ମିତ ମନ୍ଦିରର ପ୍ରତିଷ୍ଠା ହୋଇଛି। ମନ୍ଦିର ପ୍ରତିଷ୍ଠା ଉତ୍ସବରେ ସମସ୍ତ ଶ୍ରଦ୍ଧାଳୁମାନଙ୍କ ପାଇଁ ପ୍ରଶାଦ ସେବନର ବ୍ୟବସ୍ଥା ମଧ୍ୟ ହୋଇଥିଲା।