ଏଣିକି ଶିମିଳିପାଳରେ ବାଘକୁ ଜଗିବେ ହାତୀ । ଏଥିପାଇଁ ଚନ୍ଦକାରୁ କୁଙ୍କି ହାତୀ ଯଶୋଦା ଏବଂ ଶିମିଳିପାଳର କୁଙ୍କି ହାତୀ ମହେନ୍ଦ୍ର ଓ ରାଜକୁମାରକୁ ଖୁବଶୀଘ୍ର ଶିମିଳିପାଳ ଅଣାଯିବ । ଏହାପରେ ଯଶୋଦା , ମହେନ୍ଦ୍ର , ରାଜକୁମାର ଏବଂ ଶିମିପାଳରେ ଥିବା କୁଙ୍କି ହାତୀ ଶିବାନୀ ଏହି ଚାରି ଜଣ ବନବିଭାଗ ସହ ମିଶି ଏବେ ଶିମିଳିପାଳରେ ବାଘ ସୁରକ୍ଷା ଦାଇତ୍ୱ ନେବେ । ଆଉ ଏଥିପାଇଁ ଆସାମର ଟ୍ରେନର ମାନେ ମଧ୍ୟ ଶିମିଳିପାଳ ରେ ପହଂଚି ସାରିଛନ୍ତି । ଏହାସହିତ ଶିମିଳିପାଳ ଜେନାବିଲ ଠାରେ ସ୍ୱତନ୍ତ୍ର ତାଲିମ କେନ୍ଦ୍ର କାର୍ଯ୍ୟକ୍ରମ ମଧ୍ୟ ଆରମ୍ଭ ହୋଇସାରିଛି । ତେବେ ଶିମିଳିପାଳ ରେ ବୃଦ୍ଧି ପାଇଥିବା ବାଘ ମାନଙ୍କ ସଂଖ୍ୟାକୁ ଦୃଷ୍ଟି ରେ ରଖି ଏହି ସ୍ୱତନ୍ତ୍ର ପଦକ୍ଷେପ ନିଆଯାଇଥିବା ବେଳେ ଶିମିଳିପାଳ ରେ ଥିବା ବାଘମାନଙ୍କ ଉପରେ ତାଲିମ ପ୍ରାପ୍ତ ହାତୀ ଓ ମାହୁନ୍ତ ନଜର ରଖିବେ ବୋଲି କୁହାଯାଇଛି । ଏବଂ ଯେଉଁ ସ୍ଥାନକୁ ବନ କର୍ମଚାରୀ ଯାଇପାରିବେନି ସେ ସ୍ଥାନକୁ ହାତୀ ସାହାର୍ଯ୍ୟରେ ଯିବାପାଇଁ ଶିମିଳିପାଳ କତୃପକ୍ଷ ଲକ୍ଷ ରଖିଛନ୍ତି । ତେବେ ପୂର୍ବରୁ ଶିମିଳିପାଳରେ ଜଙ୍ଗଲ ନିଆଁ କୁ ରୋକିବା ପାଇଁ ସ୍ୱତନ୍ତ୍ର ପଦକ୍ଷେପ ନିଆଯାଇଥିବା ବେଳେ ଏବେ ଶିମିଳିପାଳ ର ସୁରକ୍ଷା କୁ ଦୃଷ୍ଟିରେ ରଖି ଆଉ ଏକ ସ୍ୱାଗତ ଯୋଗ୍ୟ ପଦକ୍ଷେପ ନିଆଯାଇଛି ।
ଅଧିକ ପଢନ୍ତୁ:ଅଭୟାରଣ୍ୟରେ ପ୍ଲାଷ୍ଟିକ ବ୍ୟାନ