ଅଭୟାରଣ୍ୟ ଓ ଜାତୀୟ ଉଦ୍ୟାନରେ ଲାଗୁ ହେବ ନୂଆ ନିୟମ । ଅଭୟାରଣ୍ୟ ଓ ଜାତୀୟ ଉଦ୍ୟାନରେ ନିଷିଦ୍ଧ ହେବ ପ୍ଲାଷ୍ଟିକ । ଏହି ନୂଆ ନିୟମ ଆସନ୍ତା ଏପ୍ରିଲ ମାସ ପହିଲାରୁ କାର୍ଯ୍ୟକାରୀ ହେବ । ଏହି ନୂଆ ନିୟମ ବନ୍ୟପ୍ରାଣୀ ପିସିସିଏଫଙ୍କ ପକ୍ଷରୁ ଜାରି କରାଯାଇଛି । ଅଭୟାରଣ୍ୟ ମଧ୍ୟରେ ପର୍ଯ୍ୟଟକଙ୍କ ପାଇଁ ସମସ୍ତ ସୁବିଧା ସୁଯୋଗ ପ୍ରଦାନ କରାଯିବ । ଅଭୟାରଣ୍ୟ ଓ ଜାତୀୟ ଉଦ୍ୟାନରେ ପ୍ଲାଷ୍ଟିକ ନିଷିଦ୍ଧ ପାଇଁ ଆରସିସିଏଫ ମାନେ ପିସିସିଏଫଙ୍କ ପାଖକୁ ଚିଠି ଲେଖିଥିଲେ । ପରେ ଅଭୟାରଣ୍ୟରେ ପ୍ଲାଷ୍ଟିକ ବ୍ୟାନ ପାଇଁ ପିସିସିଏଫ ଘୋଷଣା କରିଥିଲେ ।
ପର୍ଯ୍ୟଟକମାନେ ଅଭୟାରଣ୍ୟରେ ବୁଲି ମଜା ନେବା ସହିତ ସେମାନେ ଅଭୟାରଣ୍ୟ ଭିତରକୁ ପ୍ଲାଷ୍ଟିକ ବୋତଲ ଓ ଅନ୍ୟାନ୍ୟ ଜିନିଷ ନେଇ ଏହାର ବ୍ୟବହାର କରି ସାରିବା ପରେ ଅଭୟାରଣ୍ୟରେ ଫୋଫାଡ଼ି ଦେଉଛନ୍ତି । ଯାହାଫଳରେ ଅଭୟାରଣ୍ୟରେ ଥିବା ବନ୍ୟଜନ୍ତୁ ମାନେ ଖାଇ ନିଜ ଜୀବନ ହାରିବା ସହିତ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ପ୍ଲାଷ୍ଟିକର ବ୍ୟବହାର ସରିବା ପରେ ଏଣେତେଣେ ନ ଫୋଫାଡ଼ି ଡଷ୍ଟବିନରେ ପକାନ୍ତୁ ବୋଲି ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ।
ଆଗକୁ ପଢ଼ନ୍ତୁ : ହରିଦାସପୁର-ପାରାଦୀପ ରେଳ ଲାଇନରେ ଗଡ଼ିବ ପାସେଞ୍ଜର ଟ୍ରେନ୍