କମ୍ବିଂ ଅପରେସନ ବେଳେ ଟଳିଲେ ଦୁଇ ନକ୍ସଲ । ସୁରକ୍ଷା କର୍ମୀ ଓ ନକ୍ସଲଙ୍କ ମଧ୍ୟରେ ଗୁଳିବିନିମୟ । ବୌଦ୍ଧ -କନ୍ଧମାଳ ସୀମାନ୍ତ ଜଙ୍ଗଲରେ ମୁହାଁ ମୁଁହି ହେଲେ ସୁରକ୍ଷା କର୍ମୀ ଓ ନକ୍ସଲ । ସୁରକ୍ଷା କର୍ମୀଙ୍କ ଏନ୍କାଉଣ୍ଟରରେ ଟଳି ପଡିଲେ ଦୁଇଜଣ ମାଓବାଦୀ । ସୁରକ୍ଷା କର୍ମୀଙ୍କ କମ୍ବିଂ ଅପରେସନ ବେଳେ ମୁହାଁ ମୁଁହି ହୋଇଥିଲେ । ଏଭଳି ଘଟଣା ସାମ୍ନାକୁ ଆସିଛି ବୌଦ୍ଧ ଜିଲ୍ଲାରୁ ।
ସୂଚନା ଅନୁଯାୟୀ,ବୌଦ୍ଧ ଜିଲ୍ଲା କଣ୍ଟାମାଳ ଥାନା ପଢ଼େଲ ଡ୍ୟାମ୍ ନିକଟ ଜଙ୍ଗଲରେ ମାଓବାଦୀ ଲୁଚି ରହିଥିବା କୌଣସି ସୂତ୍ରରୁ ପୋଲିସ ସୂଚନା ପାଇଥିଲା । ଏହାପରେ ସୁରକ୍ଷା କର୍ମୀ ଜଙ୍ଗଲରେ ଜୋରଦାର ଅପରେସନ ଆରମ୍ଭ କରିଥିଲେ।ଗୁରୁବାର ସୁରକ୍ଷା କର୍ମୀଙ୍କ ପକ୍ଷରୁ କମ୍ବିଂ ଅପରେସନ ଜାରି ରହିଥିଲାବେଳେ ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା । ଏହି ଗୁଳିବିନିମୟରେ ୨ ମାଓବାଦୀ ଟଳିପଡିଥିଲେ ।
ଏହାପରେ ନକ୍ସଲ ମାନେ ସେଠାରୁ ଫେରାର ହୋଇଯାଇଥିଲେ । ସୁରକ୍ଷାକର୍ମୀ ମାନେ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର, ଗୋଳା ବାରୁଦ ସହ ନକ୍ସଲ ସାମଗ୍ରୀ ଜବତ କରିଛନ୍ତି । ଏହି ଘଟଣା ପରେ ସାରା ଅଞ୍ଚଳରେ ସର୍ଚ୍ଚ ଅପରେସନ ଜାରି କରାଯାଇଛି। ନିର୍ବାଚନକୁ ଆଉ କେତୋଟି ଦିନ ବାକି ରହିଲା । ଏଥିପାଇଁ ମାଓବାଦୀମାନଙ୍କ ହିଂସାକାଣ୍ଡ କିଭଳି ରୋକ ଯିବ ସେନେଇ ସର୍ଚ୍ଚ ଅପରେସନ ଜାରି କରାଯାଇଛି।
ଅଧିକ ପଢନ୍ତୁ :ଯୁବକଙ୍କୁ ଛୁରାମାଡ କଲେ ଦୁର୍ବୃତ୍ତ